Site icon Awaj Media

ରାଜ୍ୟ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାରେ କେନ୍ଦ୍ରର ଅବହେଳା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶାର ୧୬୦ ରୁ ଉର୍ଦ୍ଧ୍ବ ଜନଜାତି ସଂପ୍ରଦାୟ କୁ ରାଜ୍ୟ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାରେ କେନ୍ଦ୍ରର ଅବହେଳା ସକାଶେ ଆଜି କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଛନ୍ତି ! ଏହି ଅବସରରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବରା ତିରୁପତି ରାଓ, ଯୁବନେତା ଇଂ. ରୂପେଶ ପାଣିଗ୍ରାହୀ, ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଏସଡ଼ିସି ଅଧ୍ୟକ୍ଷା ଶ୍ରୀମତୀ ମରିୟୋମ ରଇତ, ଏସଡ଼ିସି ଊପାଧ୍ୟକ୍ଷ ଧନେଶ୍ଵର ଭୂୟାଁ, ଆରଏମସିଏସ ଅଧ୍ୟକ୍ଷ ଏସ. ଗଜପତି ରାଓ, ବିଜେଡ଼ି ରାଜ୍ୟ ସମ୍ପାଦକ ମାରୁତ ପାଲ, ବରିଷ୍ଠ ନେତା ବସନ୍ତ ଦାସ, ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସମସ୍ତ ବ୍ଲକର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ପୌର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ବିଜୁ ଜନତା ଦଳର କର୍ମୀ ଓ ଜନଜାତି ସଂପ୍ରଦାୟ ର ଲୋକେ ଉପସ୍ଥିତ ଥିଲେ ।

Exit mobile version