Site icon Awaj Media

ସରକାର ଓ ପ୍ରଶାସନକୁ ବାବା ଧବଳେଶ୍ୱର ସଦବୁଦ୍ଧି ଦିଅନ୍ତୁ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ଦର୍ଶନ ଅନୁମତି ପାଇଁ ନିଆରା ଢ଼ଙ୍ଗରେ ଯଜ୍ଞ କରି ପ୍ରତିବାଦ କରିଛନ୍ତି ହିନ୍ଦୁସେନା ଓ ସେବାୟତ ମାନେ । ଓଡିଶାର ପ୍ରସିଦ୍ଧ ଶୈବପୀଠ ତଥା ଐତିହାସିକ ପର୍ଯ୍ୟଟନ ସ୍ଥଳୀ ବାବା ଧବଳେଶ୍ବର ପୀଠରେ ଥିବା ଝୁଲା ପୋଲକୁ ପ୍ରଶାସନର ଦାୟିତ୍ୱହୀନତା ହେତୁ ଦୀର୍ଘ ଦିନହେବ ବନ୍ଦ କରାଇବା ତଥା ଭକ୍ତ ଓ ଭଗବାନଙ୍କ ଦର୍ଶନରେ ପ୍ରଶାସନିକ ପ୍ରତିବନ୍ଧକକୁ ବିରୋଧ କରି ଏବଂ ସେବାୟତ ମାନଙ୍କୁ କ୍ଷତିପୂରଣ ଦେବା ଏବଂ ଝୁଲାପୋଲର ରକ୍ଷଣାବେକ୍ଷଣ ତଥା ମରାମତି ପାଇଁ ଜନସାଧାରଣଙ୍କ ଠାରୁ ଆଦାୟ ହୋଇଥିବା କୋଟି କୋଟି ଟଙ୍କା ହରିଲୁଟର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବା ଦାବିରେ ହିନ୍ଦୁସେନା ଓ ଧବଳେଶ୍ୱର ପୂଜକ ସମିତି ତରଫରୁ ମଧୁସେତୁ ପୋଲର ଶେଷ ନୂଆପାଟଣା ଗୋଲେଇ ଛକ ଉପରେ ବାବା ଧବଳେଶ୍ୱରଙ୍କୁ ପୂଜା ତଥା ଯଜ୍ଞ କରାଯାଇ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରାଯାଇଛି l ଏହି ଯଜ୍ଞ ମାଧ୍ୟମରେ ପ୍ରାର୍ଥନା କରାଯାଇଛି , ବାବା ଧବଳେଶ୍ୱର ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନଙ୍କୁ ସଦବୁଦ୍ଧି ଦିଅନ୍ତୁ ଏବଂ ଆଗାମୀ ଦିନରେ ଏଭଳି ପାପ କାର୍ଯ୍ୟରୁ ସେମାନେ ନିବୃତ ରହି ପ୍ରାୟଶ୍ଚିତ କରନ୍ତୁ l

Exit mobile version