କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ସହର ସେକ୍ଟର ୭ ରେ ଆବାସିକ ସଂଘ ତରଫରୁ ଆୟୋଜିତ ହୋଇଯାଇଛି ବନ୍ଧୁମିଳନ କାର୍ଯ୍ୟକ୍ରମ ! ଏହି କାର୍ଯ୍ୟକ୍ରମରେ ସେକ୍ଟର ୭ ର ଶତାଧିକ ଅଧିବାସୀ ଯୋଗଦାନ କରିଥିଲେ । ଆଗାମୀ ଦିନରେ ସେକ୍ଟର ସାତର କିଭଳି ଭାବେ ଉନ୍ନତି ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ପୁରାତନ ବର୍ଷକୁ ବିଦାୟ ଦେବା ସହ ନୂତନ ବର୍ଷର ଆଗମନରେ ନୂତନ କାର୍ଯ୍ୟପନ୍ଥା ଆପଣେଇବାକୁ ଆଲୋଚନା କରାଯାଇଛି ! ଯୁବ ପିଢିଙ୍କୁ ନେଇ ଏକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କରାଯାଇଥିଲା ।

