ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଗଜପତି ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରାଥମିକ ଶିକ୍ଷା ବର୍ଗ ଗତ ଅନୁଷ୍ଠିତ ହୋଇଯାଇଛି ! ଏହି ପ୍ରାଥମିକ ଶିକ୍ଷା ବର୍ଗରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ 150 ଜଣ ଯୁବକ ତାଲିମ ନେବା ପାଇଁ ଆସିଥିବା ବେଳେ 19 ଜଣ ଶିକ୍ଷକ ସ୍ୱୟଂ ସେବକ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ! ସ୍ୱୟଂ ସେବକ ମାନେ ଶାରୀରିକ ଏବଂ ବୌଦ୍ଧିକ ଶିକ୍ଷା ପ୍ରାପ୍ତ କରିବା ସହ ରାଷ୍ଟ୍ର ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଭାରତମାତା ଙ୍କ ଚରଣରେ ଶପଥ ନେଇଛନ୍ତି ! ଏହି ଶିବିରର ପ୍ରାରମ୍ଭ ଦେବୀ ମଠର ମହନ୍ତ ମହାରାଜ ରମାନନ୍ଦ ଦାସଜି ଦ୍ବୀପ ପ୍ରଜ୍ବଳନ କରି କରିଥିଲେ , ପ୍ରତ୍ୟେକ ଦିନ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତାଗଣ ଯୋଗଦେଇ ସ୍ୱୟଂ ସେବକ ମାନଙ୍କୁ ମାର୍ଗଦର୍ଶନ କରିଥିବା ବେଳେ ଉଦଯାପନୀ ସମାରୋହରେ ଗଞ୍ଜାମ ବିଭାଗ ସଂଘ ଚାଳକ ଭଗବାନ ତ୍ରିପାଠୀ ସ୍ୱୟଂ ସେବକ ମାନଙ୍କୁ ବ୍ୟକ୍ତିର ଚରିତ୍ର ଗଠନ ସହ ରାଷ୍ଟ୍ରସେବାରେ କିଭଳି ନିୟୋଜିତ ହେବେ ତାହା ମାର୍ଗ ଦର୍ଶନ କରିଥିଲେ !
ଗଜପତି ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରାଥମିକ ଶିକ୍ଷା ବର୍ଗ !!!

