Site icon Awaj Media

ଜିଲ୍ଲା ସ୍ତରୀୟ ଧାନ କ୍ରୟ ମଣ୍ଡିର ଶୁଭ ଉଦଘାଟନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ବଜାର ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ଖରିଫ2022- 2023 ଧାନ କ୍ରୟ ମଣ୍ଡିକୁ ପ୍ରଦୀପ ପ୍ରଜ୍ବଳନ କରି ଗଜପତି ଜିଲ୍ଲା ପାଳ ଶୁଭ ଉଦଘାଟନ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ତମ ଅତିଥି ଭାବେ ସଂସଦ ପ୍ରତିନିଧି ଏସ ଲିଙ୍ଗରାଜ, ହାଇ ଟେକ ଗ୍ରୁପର ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପ୍ରଦୀପ ନାୟକ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋମାଞ୍ଚଳ ଖମାରୀ, ARCS ହରିହର ସେଠୀ, SARC ନାରାୟଣ ସେଠୀ, ନିୟତ୍ରୀତ ବଜାର କମିଟି ସମ୍ପାଦକ ଏଲ ରଘୁବାବୁ, ଜିଲ୍ଲା ପରିଷଦ ସଭ୍ୟ ଏସ ବାଲରାଜୁ, ଗଜପତି ଜିଲ୍ଲା କୃଷକ ସଙ୍ଘ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଗୋଶାଣୀ ବ୍ଳକ ଅଧ୍ୟକ୍ଷ ବୀରରାଜୁ,ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପାଳ, ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା ପ୍ରଦାନ କରିଥିଲେ। ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଚଳିତ 2022-2023 ଖରିଫ ବର୍ଷରେ ଉତ୍ପାଦିତ ଧାନ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଦରରେ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି, ବୃହତ କାର କୃଷି ସମବାୟ ସମିତି ଏବଂ 21 ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ବାରା ଆଜି ଠାରୁ ଧାନ କ୍ରୟ କରିବା ପାଇଁ ବ୍ୟବସ୍ଥା ରହିଛି।ମଣ୍ଡିକୁ ଶୁଖିଲା, ସଫା ଧାନ ଆଣିବାକୁ ନିର୍ଦ୍ଦେଶ ରହିଛି।ଏହି କାର୍ଯ୍ୟକ୍ରମ ରେ କୃଷକ,ସ୍ୱୟଂ ସହାୟକ ଗୋଷ୍ଠୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ପରିଶେଷରେ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version