Site icon Awaj Media

ଭାଲେରି ପାହାଡର ଜଙ୍ଗଲ ଜମିରେ ବାଲୁଗାଁ ପୋଲିସ ର ଚଢ଼ାଉ : ଦୁଇ ଟ୍ରାକ୍ଟର ସମେତ ଜେସିବି ଜବତ , ଚାଳକ ଅଟକ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦିନକୁ ଦିନ ଖଣି ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଥିବା ବେଳେ ପୁଣି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଖଣି ମାଫିଆ ମାତି ଥିବାର ଦେଖିବାକୁ ମିଳିଛି । ବାଲୁଗାଁ ଏସ ଡିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇ ଗତକାଲି ଅପରାହ୍ନରେ କରାଯାଇଥିଲା ଚଢ଼ାଉ ! ବାଲୁଗାଁ ଥାନା ଅଧିନସ୍ଥ ନାଭାଲ ଫାଣ୍ଡି ଅନ୍ତର୍ଗତ ଭାଲେରି ପାହାଡର ଜଙ୍ଗଲ ଜମିରେ ଖଣି ମାଫିଆ ମାନେ ଦିନ ଦ୍ଵିପ୍ରହର ସମୟରେ ଚୋରା ମୋରମ ବାଲି ଉଠାଉ ଥିବା ଖବର ପାଇ ବାଲୁଗାଁ ଥାନା ଅଧିକାରୀ ରଶ୍ମୀ ରଞ୍ଜନ ଦାସଙ୍କ ନେତୃତ୍ଵରେ ନାଭାଲ୍ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁଙ୍କ ସମେତ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଚଢ଼ାଉ କରି ଦୁଇଟି ଟ୍ରାକ୍ଟର ଗାଡି ସହିତ ମୋରମ ଖୋଳୁଥିବା ଜେସିବି ଓଡି ୧୧ ପି ୨୮୫୫ କୁ ଜବତ କରିଛନ୍ତି ! ଗାଡି ଚାଳକ ମାନଙ୍କୁ ଅଟକ ରଖି ଥିବାର ବାଲୁଗାଁ ଥାନା ଅଧିକାରୀ ରଶ୍ମୀ ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

Exit mobile version