Site icon Awaj Media

କଳାପଥର ହାଇସ୍କୁଲର ୧୯୯୫ ମସିହା ବ୍ୟାଚ ଛାତ୍ରଙ୍କ ୨୭ ତମ ବନ୍ଧୁ ମିଳନ କାର୍ଯ୍ୟକ୍ରମ !!!

Spread the love

କଳାପଥର ( ଆୱାଜ ମିଡିଆ ) – ପ୍ରଶାନ୍ତ କୁମାର କର : କଳାପଥର ହାଇସ୍କୁଲର ୧୯୯୫ ମସିହା ବ୍ୟାଚ ଛାତ୍ରଙ୍କ ୨୭ ତମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମା ବରଡାଳିଆଙ୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ୫୦ ଜଣ ପୁରାତନ ଛାତ୍ର ଯୋଗଦାନ କରିଥିଲେ । ସମସ୍ତ ବନ୍ଧୁ ଏକାଠି ହୋଇ ବିଗତ ଦିନର ସ୍ମୃତି ଚାରଣ କରିବା ସହ ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ନିଷ୍ପତି ନିଆଯାଇଥିଲା । ଏହି ଉତ୍ସବଟି ନରେନ୍ଦ୍ର କୁମାର ସାହୁ ଙ୍କ ଆବାହକତ୍ୱରେ ଆୟୋଜିତ ହୋଇଥିବା ବେଳେ ପ୍ରକାଶ କୁମାର ସାହୁ, ତପନ ମହାପାତ୍ର, ରାଧାଶ୍ଯାମ ନାୟକ, ସଞ୍ଜୟ କୁମାର ଦାସ, ଡଃ ମିହିର କୁମାର ସାହୁ, ପ୍ରଦୀପ କୁମାର ସାହୁ, ନୀଳମଣି ସାହୁ, ଅନାଦି ଚରଣ ବେହେରା, ପ୍ରମୋଦ କୁମାର ସାହୁ, ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Exit mobile version