Site icon Awaj Media

କନ୍ଧମାଳ ର ଡାକୁଲ ନୃତ୍ୟରେ ପ୍ରକମ୍ପିତ ହେଲା ବରଗଡ଼ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବରଗଡ଼ ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଉଦଘାଟନ ଉତ୍ସବରେ ଆୟୋଜିତ ସାଂସ୍କୃତିକ ଶୋଭାଯାତ୍ରା ରେ ଯୋଗଦେଇ ଦର୍ଶକଙ୍କ ମନ ମୋହିଲେ କନ୍ଧମାଳ କଳାବିକାଶ କେନ୍ଦ୍ର ବାଲିଗୁଡାର କଳାକାର l କନ୍ଧମାଳ କଳା ବିକାଶ କେନ୍ଦ୍ରର ସମ୍ପାଦକ ପ୍ରମୋଦ କୁମାର ଦଣ୍ଡସେନା, ଜଗନ୍ନାଥ ବିଶୋଇ ଏବଂ ପ୍ରଶାନ୍ତ ସାହୁ ଙ୍କ ନେତୃତ୍ୱ ରେ କନ୍ଧମାଳର ସର୍ବ ପୁରାତନ ଲୋକକଳା ଡାକୁଲ ନୃତ୍ୟ ବରଗଡ଼ରେ ପହଂଚି ଏକ କୋଡିଏ ଜଣିଆ ଟିମ ଦ୍ୱାରା ପରିବେଷଣ କରିଥିଲେ l ବରଗଡ଼ ଧନୁଯାତ୍ରାର ସାଂସ୍କୃତିକ ଶୋଭାଯାତ୍ରା ରେ ଏହି ଡାକୁଲ ନୃତ୍ୟକୁ କୁ ଅଞ୍ଚଳର ଯୁବକ ଯୁବତୀ ଅଫିସର ମନଭରି ଉପଭୋଗ କରିଥିଲେ l ଆଦିମ ଅଧିବାସୀ ଙ୍କ ବେଶଭୁଷା କଳା ନୈପୁଣ ଏବଂ ନୃତ୍ୟକୁ ଜୀବନ୍ତ କରିବାରେ ସକ୍ଷମ ହୋଇଥିଲେ l ଏହି କଳା ସଂଗଠନ ଲୋକ କଳା ଲୋକ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଗ୍ରାମାଞ୍ଚଳ ର ପ୍ରତିଭା ଙ୍କୁ ସୁଯୋଗ ଦେଉଥିବାରୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି l

Exit mobile version