Site icon Awaj Media

ଜିଲ୍ଲା ସ୍ତରୀୟ ଖରିଫ ଧାନ କ୍ରୟ ମଣ୍ଡି ଉଦଘାଟନ ରେ ବ୍ୟାପକ ଅନିୟମିତତା ନେଇ ଭାଜପା ପକ୍ଷରୁ ଅଭିଯୋଗ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଚଳିତ ବର୍ଷ ଗଜପତି ଜିଲ୍ଲା ସ୍ତରୀୟ ଖରିଫ ଧାନ କ୍ରୟ ମଣ୍ଡିରେ ଘୋର ଅନିୟମିତତା କରାଯିବା ସହ ଏଥିରେ ବିଜେଡି ଗୁଣ୍ଡା ମାନଙ୍କୁ ନେଇ ଉଦଘାଟନ କରାଯାଉଛି ବୋଲି ଜିଲ୍ଲା ଭାଜପା ପକ୍ଷରୁ ପାରଳା ବିଧାୟକ ତଥା ଜିଲ୍ଲା ଭାଜପା ସଭାପତି କେ. ନାରାୟଣ ରାଓ ଅଭିଯୋଗ କରିଛନ୍ତି । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଭାଜପା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ପ୍ରେସ ମିଟରେ ଜିଲ୍ଲା ପ୍ରଶାସନ ବିରୋଧରେ ପାରଳା ବିଧାୟକ କେ ନାରାୟଣ ରାଓ ଏଭଳି ଅଭିଯୋଗ କରିଛନ୍ତି । ପାରଳା ବିଧାୟକ କେ. ନାରାୟଣ ରାଓ ଅଭିଯୋଗ କରି କହିଛନ୍ତି ଯେ ଜିଲ୍ଲା ସ୍ତରୀୟ ମଣ୍ଡି ଯେଉଁ ଉଦଘାଟନ ହେଲା ସେଥି ପୂର୍ବରୁ ଦୁଇ ଥର ଜିଲ୍ଲା ସ୍ତରୀୟ ମିଟିଙ୍ଗ ହୋଇ ଥିଲା ଏବଂ ମଣ୍ଡି ଉଦଘାଟନ ଗତ 23 ତାରିଖରେ ହେବ ବୋଲି ଧାର୍ଯ୍ୟ କରା ଯାଇଥିଲା । ହେଲେ ଏଥିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟତିକ୍ରମ ଓ ଅବହେଳା କରାଯାଇ ଏହାର 7 ଦିନ ପରେ ଉଦଘାଟନ କରାହେଲା । ସେହି ଜିଲ୍ଲା ସ୍ତରୀୟ ଉଦଘାଟନ କାର୍ଯ୍ୟକ୍ରମରେ ମୋହନା ବିଧାୟକ ଙ୍କୁ ନିମନ୍ତ୍ରଣ ନାହିଁ ମୋତେ ଫର୍ମାଲି କହି ନିମନ୍ତ୍ରଣ ମଧ୍ୟ ନାହିଁ । ଏହି କାର୍ଯ୍ୟକ୍ରମରେ ବିଜେଡ଼ିର କେତେକ ଙ୍କୁ ଯେଉଁମାନେ କି କୌଣସି ପି ଆର ଆଇ ମେମ୍ବର ନାହାନ୍ତି ସେହି ମାନଙ୍କୁ ମଞ୍ଚରେ ବସାଇ ଉଦଘାଟନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ କହି ଏହା ସମ୍ପୂର୍ଣ୍ଣ ଭାବେ ପ୍ରଟୋକଲର ବିରୁଦ୍ଧଚରଣ ବୋଲି ପ୍ରେସ ମିଟରେ ଗଣମାଧ୍ୟମକୁ ଜଣାଇଛନ୍ତି ।

Exit mobile version