Site icon Awaj Media

ପରଲୋକରେ ସାମ୍ବାଦିକ ଆଳୟ ମହାନ୍ତି : ସାମ୍ବାଦିକ ସଂଘ ତରଫରୁ ଶ୍ରଦ୍ଧା ସୁମନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତି ! ତାଙ୍କ ପରଲୋକ ଖବର ଶୁଣି ଗଣମାଧ୍ୟମ ମହଲରେ ଖେଳି ଯାଇଛି ଶୋକର ଛାୟା ! ରାଜ୍ୟର ବହୁ ପ୍ରମୂଖ ରାଜନୈତିକ ବ୍ୟକ୍ତି , ସାମାଜିକ କର୍ମୀ , ଆଇନଜୀବୀ , ବରିଷ୍ଠ ସାମ୍ବାଦିକ ତାଙ୍କର ଅନ୍ତିମ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ! ଓଡିଶା ସାମ୍ବାଦିକ ୟୁନିୟନ ( OUJ ) ର ପୂର୍ବତନ ସାଧାରଣ ସମ୍ପାଦକ ଆଳୟ ମହାନ୍ତିଙ୍କ ନିଧନ ଖବର ଶୁଣି କଟକ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି ! ସଂଘର ସଭାପତି ପ୍ରଫୁଲ୍ଲ ମହାନ୍ତି , ସାଧାରଣ ସମ୍ପାଦକ ଅଜୟ ଦାସ ଶୋକ ବାର୍ତ୍ତା ଦେବା ସହିତ ସ୍ବର୍ଗତ ମହାନ୍ତିଙ୍କ ଅବର୍ତ୍ତମାନରେ ଗଣମାଧ୍ୟମ ଜଗତରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା ବୋଲି ମତବ୍ୟକ୍ତ କରିଛନ୍ତି !

Exit mobile version