Site icon Awaj Media

ପାରଳା ସହରରେ ଦିନକୁ ଦିନ ବଢୁଛି ଟ୍ରାଫିକ ସମସ୍ୟା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଟ୍ରାଫିକ ସମସ୍ୟା ଏକ ବଡ଼ ସମସ୍ୟା ହୋଇ ମୁଣ୍ଡ ଟେକିଛି । ଏହି ସମସ୍ୟା ଦୀର୍ଘ ଦିନ ହେଲା ଲାଗି ରହିଛି । ଏହାର ସମାଧାନ ହୋଇ ପାରୁନାହିଁ । ଦିନ କୁ ଦିନ ଉଠା ଦୋକାନୀଙ୍କ କବଜାରେ ରାସ୍ତା ସଙ୍କୁଚିତ ହେବା ସାଙ୍ଗକୁ ପର୍କିଙ୍ଗ ବ୍ୟବସ୍ଥା ରାସ୍ତା କଡରେ ରାସ୍ତା ମଝିରେ ହୋଇ ଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି । କୌଣସି ପର୍ବପର୍ବାଣି ପଡିଲେ ମୁଖ୍ୟ ବଜାର ରାସ୍ତା ଏତେ ଜନ ଗହଳି ପୂର୍ଣ୍ଣ ହେଉଛି ଯେ ଜନ ସାଧାରଣ ଯାତାୟାତରେ ଅସୁବିଧାର ସମୁଖୀନ ହେଉଛି । ରାସ୍ତା ଖାଲ ଖମା ଯୋଗୁଁ ଛୋଟ ମୋଟ ଦୁର୍ଘଟଣା ହେବା ସହ ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ କରୁଛି । ସହରରେ ବାଇପାସ ରାସ୍ତା ନ ହେବା ଯୋଗୁଁ ଟ୍ରାଫିକ ସମସ୍ୟା ସୁଧୁରିବାର ନା ବି ଧରୁନି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ଦୃଷ୍ଟି ପଡିଲେ ସହରର ଟ୍ରାଫିକ ସମସ୍ୟା ଦୂର ହୋଇପାରନ୍ତା ବୋଲି ଆଶା କରାଯାଉଛି ।

Exit mobile version