ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ITDA ପାରଳାଖେମୁଣ୍ଡି ତରଫରୁ ଗଜପତି ଜିଲ୍ଲାର ୫ ଟି ଆଦିବାସୀ ବହୁଳ ବ୍ଲକ ମାନଙ୍କରେ ଆଦିବାସୀ ମାନଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବା ସହ ସ୍ଥାୟୀ ଆସେଟ ତିଆରି କରିବା ପାଇ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ କାମ ଯୋଗାଇ ଦିଆଯାଉଛି । ଏହି କାର୍ଯକ୍ରମ ମାଧ୍ୟମରେ ମୋହନା ବ୍ଲକ, ରା .ଉଦୟଗିରି ବ୍ଲକ, ନୂଆଗଡ ବ୍ଲକ, ରାୟଗଡ଼ ବ୍ଲକ ଓ ଗୁମା ବ୍ଲକରେ ଆମ୍ବ, କାଜୁ ଓ ରବର ଗଛ ଓ ଜଙ୍ଗଲ ଜମି ଅଧିକାର ଆଇନ ମାଧ୍ୟମରେ ପାଇଥିବା ଜମିର ମରାମତି ଇତ୍ୟାଦି କାମ ଯୋଗାଇ ଦେଇ ପାହାଡ ଜଙ୍ଗଲ ଘେର ଭିତରେ ବସବାସ କରଥିବା ପୁରୁଷ ମହିଳା ମାନଙ୍କର ମନରେ ରୋଜଗାର ର ଆଶା ସଞ୍ଚାର କରିପାରିଛି । ଚାଷି ମାନଙ୍କୁ ସୀମିତ ସମୟ ( ୮ ଦିନ) ମଧ୍ୟରେ ପାସବୂକ ମାଧ୍ୟମରେ ମଜୁରି ପ୍ରଦାନ କରି ଜିଲ୍ଲାର ସମସ୍ତ ବିଭାଗ ମଧ୍ୟରେ ଉଦାହରଣ ସାଜିଛି । ଚଳିତ ବର୍ଷ ରେ ମୋଟ ୩୨୫୮୧୯ କର୍ମ ଦିବସ ସୃଷ୍ଟି କରିପାରି ଓଡ଼ିଶାର ୨୨ ଟି ITDA ମଧ୍ୟରେ ୩ ୟ ସ୍ଥାନ ଅଧିକାର କରିପାରିଛି । ITDA – ପାରଳାଖେମୁଣ୍ଡି ର ଏହି ଜନ ହିତେଷୁ କାମ ପାଇ ଗ୍ରାମବାସୀ ମାନେ ସାଧୁବାଦ ଜଣାଉଛନ୍ତି ।

