Site icon Awaj Media

ଅଷ୍ଟମ ବାର୍ଷିକ ଗଜପତି ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସାମୁହିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମ ଠାରେ ଥିବା ଶ୍ରୀଭେଙ୍କେଟେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଅଷ୍ଟମ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ସାମୁହିକ କୀଡା ପ୍ରତିଯୋଗିତା ୨୦୨୨ – ୨୩ ଆଜି ଉଦଯାପିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବି. ତିରୁମାଲା ରାଓ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗୋଷାଣୀ ଗୋଷ୍ଠି ଶିକ୍ଷା ଅଧିକାରୀ ଆଦିକନ୍ଦ ଗମାଙ୍ଗ, ସ୍ଥାନୀୟ ସରପଞ୍ଚ ପି. ଆଲୋକ କୁମାର , ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଟି. କିଶୋର ଓ ଶିବାଜି କହଁର ଏବଂ ସୁରେନ୍ଦ୍ର କୁମାର ପାତ୍ର ଭାରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ଯୋଗ ଦେଇଥିଲେ । ଏଥି ସହିତ ପ୍ରଫୁଲ୍ଲ କୁମାର ମହାନ୍ତି, ଅବସର ପ୍ରାପ୍ତ ଶିକ୍ଷକ, ଗଜପତି ଜିଲ୍ଲା ଓଷ୍ଟା ସମ୍ପାଦକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ସାତ ଗୋଟି ବ୍ଲକ ଓ ପାରଳାଖେମୁଣ୍ଡି ପୌର ପରିଷଦର ମୋଟ ୩୭୫ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ମୋଟ ୮୧ ଜଣ କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ଦୌଡ଼, ଭଲିବଲ, କବାଡି,ଖୋଖୋ ଓ ଯୋଗାସନର ଉଭୟ ୧୪ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ ବାଳକ ବାଳିକା ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀ ମାନେ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିପାରିବେ । ଉକ୍ତ ଜିଲ୍ଲା ସ୍ତରୀୟ କ୍ରୀଡାରେ ଖୋ ଖୋ ରେ ଗୋଷାଣୀ ବ୍ଲକର ଉଭୟ ବାଳକ ବାଳିକା ଚମ୍ପିୟାନ ହେବା ବେଳେ କବାଡି ରେ କାଶୀନଗର ବ୍ଲକ, ଭଲିବଲରେ ଗୋଷାଣୀ ଚମ୍ପିୟାନ ଲାଭ କରିଥିଲେ । ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ଶିକ୍ଷଧିକାରୀଙ୍କ କାର୍ଯ୍ୟଳୟ ତରଫରୁ ଆୟୋଜିତ ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Exit mobile version