Site icon Awaj Media

ଧଳାପଥର ସେବା ସମବାୟ ସମିତି ରେ ଧାନ ମଣ୍ଡି ର ଶୁଭାରମ୍ଭ !!!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଅନୁମୋଦନ କ୍ରମେ ବୋଲଗଡ଼ ବ୍ଲକ ଧଳାପଥର ସେବା ସମବାୟ ସମିତି ରେ କୃଷି ଓ ଯୋଗାଣ ବିଭାଗ ଦ୍ଵାରା ଧାନ ମଣ୍ଡି ର ଶୁଭାରମ୍ଭ କରାଯାଇଛି ! ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ସମିତି ର ସଭାପତି ସନ୍ତୋଷ କୁମାର ତ୍ରିପାଠୀ ଉଦଘାଟନ କରିଥିଲେ ! ସ୍ଥାନୀୟ ସରପଞ୍ଚ ନାରାୟଣ ସାହୁ , ସମିତି ସଭ୍ୟ ବିଜୟ କୁମାର ସୁବୁଦ୍ଧି ଅତିଥି ଭାବେ ଯୋଗ ଦେଇ ଚାଷୀ ମାନଙ୍କ ସମସ୍ୟା, ମଣ୍ଡି ରେ ଟୋକନ ବ୍ୟବସ୍ଥା ଉପରେ ଥିବା ସମସ୍ୟାକୁ ସରକାରଙ୍କ ନିକଟରେ ଜଣାଇବା ପାଇଁ ଘୋଷଣା କରିଥିଲେ ! ସମବାୟ ବ୍ୟାଙ୍କ୍ ସୁପର ଭାଇଜର୍, ନିୟନ୍ତ୍ରିତ ବଜାର କମିଟି କର୍ମକର୍ତ୍ତା ଙ୍କ ସମେତ ସମିତି ସମ୍ପାଦିକା ଓ ସମସ୍ତ କର୍ମଚାରୀ ଓ ପରିଚାଳନା ପରିଷଦ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ନିର୍ବାହ କରିଥିଲେ ! ପ୍ରଥମ ଦିନରେ ମୋଟ ୧୦୦୦ କୁଇଣ୍ଟାଲ ଧାନ କୁ ଏସ ଏମ ଆଗ୍ରୋଟେକ୍ ପ୍ରାଇଭେଟ୍ ଲିଃ ଚାଷୀ ଙ୍କ ଠାରୁ ମଣ୍ଡି ମାଧ୍ୟମ ରେ କିଣିଥିଲେ ! ସମିତିର ସମ୍ପାଦିକା ସରସ୍ଵତୀ ଚଣ୍ଡ, ଡିଇଓ ସସ୍ମିତା ବେହେରା, ଦାମୋଦର ନାୟକ ପ୍ରମୁଖ କର୍ମଚାରୀ ଚାଷୀ ମାନଙ୍କୁ ଧାନ ବିକ୍ରି ରେ ସହଯୋଗ କରିଥିଲେ !

Exit mobile version