Site icon Awaj Media

ନୟାଗଡ଼ ରେ CITU ନେତୃତ୍ବରେ ‘ ସ୍କିମ ‘ ଶ୍ରମିକଙ୍କ ପ୍ରତିବାଦ ସଭା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ସି.ଆଇ.ଟି.ୟୁ. ଡ଼ାକରାରେ ଆଜି ଦେଶ ବ୍ୟାପି ଅନୁଷ୍ଠିତ ସ୍କିମ ଶ୍ରମିକଙ୍କ ଦାବୀ ଦିବସରେ ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଜିଲ୍ଲାର ଆଶାକର୍ମୀ , ପାଚିକା ଓ ଅଙ୍ଗନବାଡି କର୍ମୀ ମାନଙ୍କର ଏକ ପ୍ରତିବାଦ ସଭା ଶ୍ରମିକ ନେତା ଏସ ଏ କାରିମ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନିଷ୍ପତିକୁ ବକ୍ତା ମାନେ ତୀବ୍ର ସମାଲୋଚନା କରିଛନ୍ତି ! ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରକୁ ସାଧାରଣ ଜନତା ଙ୍କ ନିକଟରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଜାତୀୟ ସ୍ବାସ୍ଥ୍ୟ ମିଶନ ( NHM ) , ସମନ୍ବିତ ଶିଶୁ ବିକାଶ ଯୋଜନା ( ICDS ) , ଓ ମଧ୍ୟାହ୍ନ ଭୋଜନ ଯୋଜନା ( MDM ) ଭଳି ଜନାନୁଭିତ୍ତିକ କାର୍ଯ୍ୟକ୍ରମ ମାନ ଗ୍ରହଣ କରିଥିଲେ । ଏହି ଗୁରୁତ୍ଵପୂର୍ଣ୍ଣ ସେବା ମୂଳକ ଯୋଜନାକୁ ଆଶାକର୍ମୀ , ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା କର୍ମୀ ଏବଂ ଅଙ୍ଗନବାଡି ଓ ସହାୟିକା କର୍ମୀ ମାନେ ଜନସାଧାରଣ ଙ୍କ ନିକଟରେ ସଫଳତା ର ପହଞ୍ଚାଇଛନ୍ତି । ଏହି ଦାୟିତ୍ବବାନ ସ୍ମିମ ଶ୍ରମିକ ମାନେ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରିଥିଲେ ମଧ୍ୟ ସରକାର ତାଙ୍କୁ ଏଯାବତ କର୍ମଚାରୀର ମାନ୍ୟତା ନ ଦେଇ ସ୍ୱଳ୍ପ ପ୍ରୋତ୍ସାହନ ରାଶିରେ ଗୋତି ଖଟାଉଛନ୍ତି ।

ଯେତେବେଳେ ଏହି ବର୍ଗର କର୍ମୀମାନେ ଶ୍ରମିକ ବା କର୍ମଚାରୀର ମାନ୍ୟତା ପାଇଁ ଦାବୀ କରୁଛନ୍ତି ସେତେବେଳେ କେନ୍ଦ୍ରର ଶ୍ରମିକ ବିରୋଧୀ BJP ନେତୃତ୍ବାଧୀନ ମୋଦୀ ସରକାର ଶ୍ରମିକ ସପକ୍ଷବାଦୀ ଶ୍ରମ ଆଇନ ହଟାଇ ଏହି ଅତ୍ୟାବଶ୍ୟକ ଯୋଜନା ଗୁଡିକୁ ଉଠାଇ ଦେବାର ଷଡଯନ୍ତ୍ର କରି ୨୦୧୪ ମସିହାରୁ ଧାରାବାହିକ ଭାବେ ବଜେଟରେ ଅର୍ଥ ହ୍ରାସ କରି ଚାଲିଛନ୍ତି । ଫଳରେ ଦେଶର ଲକ୍ଷ ଲକ୍ଷ ଆଶା , ପାଚିକା ଓ ଅଙ୍ଗନବାଡି ଭଳି କର୍ମୀ ମାନଙ୍କର ଭବିଷ୍ୟତ ଆଜି ଅନ୍ଧକାର ଓ ଅନିଶ୍ଚିତ ହୋଇ ପଡିଛି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ । ଦେଶର ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ କାମ କରୁଥିବା ଏହି ଛାମୁଆ କର୍ମୀ ବାହିନୀ ଙ୍କୁ କେନ୍ଦ୍ର ସରକାର ଶ୍ରମ କମିଶନଙ୍କ ୪୫ତମ ଶ୍ରମ ସମ୍ମିଳନୀର ନିଷ୍ପତି କ୍ରମେ ତାଙ୍କୁ ନିୟମିତ କର୍ମଚାରୀ ର ମାନ୍ୟତା , ମାସିକ ଦରମା ୨୬ , ୦୦୦ ଟଙ୍କା ଓ ୧୦ , ୦୦୦ ଟଙ୍କା ପେନସନ , ଯୋଜନା ଗୁଡିକର ସ୍ଥାୟୀ ପାଇଁ ବଜେଟରେ ଅଧିକ ଅର୍ଥ ବରାଦ , ସାମାଜିକ ସୁରକ୍ଷା ଯୋଗାଇ ଦେବା ସହ ଶ୍ରମିକ ବିରୋଧୂ ୪ଟି ଶ୍ରମ କୋଡ଼ କୁ ବାତିଲ କରିବା ପାଇଁ ବକ୍ତା ମାନେ ଦାବୀ କରିଥିଲେ । କେନ୍ଦ୍ର ମୋଦୀ ସରକାର ଆଗାମୀ ୨୦୨୩ – ୨୪ ବାର୍ଷିକ ବଜେଟ ରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେବା ପାଇଁ ଜିଲ୍ଲାର ତିନୋଟି ଲୋକ ସଭା ସଦସ୍ୟ ଙ୍କୁ ମେଲ ଜରିୟାରେ ଦାବୀ ପତ୍ର ପ୍ରଦାନ କରା ଯାଇଥିବା ବେଳେ କେନ୍ଦ୍ର ସରକାରଙ୍କୁ ଜିଲ୍ଲାପାଳଙ୍କ ଜରିଆ ରେ ଦାବୀ ପତ୍ର ପ୍ରଦାନ କରା ଯାଇଥୁଲା । ସରକାର ଯଦି ବିଚାର ନ କଲେ ଭବିଷ୍ୟତରେ କାର୍ଯ୍ୟବନ୍ଦ ଆନ୍ଦୋଳନ ହେବ ସରକାର ହିଁ ଦାୟୀ ରହିବେ ବୋଲି ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି ।

Exit mobile version