Site icon Awaj Media

ନୟାଗଡ଼ ରେ ଚାରି ବିଧାୟକ ଏକାଦଶ ମଧ୍ୟରେ ଫୁଟବଲ ମ୍ୟାଚ ଅନୁଷ୍ଠିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ପୋଲିସ ପଡିଆ ରେ ଆଜି ନୟାଗଡ଼ ଜିଲ୍ଲାର ୪ ଜଣ ବିଧାୟକଙ୍କ ନେତୃତ୍ୱରେ ବିଧାୟକ ଏକାଦଶ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଗଠିତ ଟିମକୁ ନେଇ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ ନୟାଗଡ଼ ବିଧାୟକ ଏକାଦଶ ଓ ଖଣ୍ଡପଡ଼ା ବିଧାୟକ ଏକାଦଶ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଖଣ୍ଡପଡ଼ା ବିଧାୟକଙ୍କ ଦଳ ଶୋଚନୀୟ ଭାବେ ପରାଜିତ ହୋଇଥିଲେ । ନୟାଗଡ଼ ବିଧାୟକ ଡ. ସାହୁ ପ୍ରଥମେ ଗୋଲ ଦେଇ ଖାତା ଖୋଲିଥିବା ବେଳେ ୩ – ୦ ଗୋଲରେ ନୟାଗଡ ବିଜୟ ଲାଭ କରିଥିଲା । ଦ୍ୱିତୀୟ ମ୍ୟାଚ ଦଶପଲ୍ଲା ବିଧାୟକ ଏକାଦଶ ଓ ରଣପୁର ବିଧାୟକ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ ସଂଘର୍ଷ ପୂର୍ଣ୍ଣ ଥିଲା । ୧ – ୧ ରେ ମ୍ୟାଚ ଡ୍ର ପରେ ଟ୍ରାଇବ୍ରେକର ସହାୟତା ନିଆଯାଇଥିଲା । ଦଶପଲ୍ଲା ଦଳ ବିଜୟ ଲାଭ କରିବା ସହ ଫାଇନାଲରେ ନୟାଗଡ଼କୁ ବିଧାୟକ ଏକାଦଶ କୁ ସାମ୍ନା କରିଥିଲା । ନୟାଗଡ଼ ବିଧାୟକ ଏକାଦଶ ଓ ଦଶପଲ୍ଲା ବିଧାୟକ ଏକାଦଶ ଫାଇନାଲ ମ୍ୟାଚରେ ନୟାଗଡ଼ ବିଧାୟକ ଏକାଦଶ ୧ – ୦ ଗୋଲରେ ବିଜୟ ଲାଭ କରି ଚମ୍ପିୟାନ ହୋଇଥିବା ବେଳେ ଦଶପଲ୍ଲା ବିଧାୟକ ଏକାଦଶ ରନର୍ସ ଅପ୍ ହୋଇଥିଲେ । ଏହି ମ୍ୟାଚକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ନୟାଗଡ଼ ପୈାର ପରିଷଦ ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ପ୍ରମୂଖ ଉଦଘାଟନ କରିଥିଲେ । ଅତିଥି ମାନେ ସମସ୍ତ ଦଳକୁ ଟ୍ରଫି ପ୍ରଦାନ କରିଥିଲେ l

Exit mobile version