Site icon Awaj Media

ବେଗୁନିଆ କଂଗ୍ରେସର ରାଜନୈତିକ ସମାବେଶ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ପଞ୍ଚାୟତର ଡ଼ଙ୍ଗରପଡା ଗ୍ରାମର ଇଷ୍ଟ ଦେବି ମା ଜଟିଆଣି ଦେବୀଙ୍କ ପ୍ରାଙ୍ଗଣରେ କଂଗ୍ରେସ ନେତା ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଏବଂ ଓଡିଶା ରାଜ୍ୟ ଆଶା ସାଥି ସଙ୍ଘର ଉପଦେଷ୍ଟା ତଥା ଯୁବ ସମାଜସେଵୀ ମାନସ ରଞ୍ଜନ ବାହୁବଳେନ୍ଦ୍ରଙ୍କ ମିଳିତ ସହଯୋଗରେ ଏକ ବିରାଟ ସମାବେଶ ହୋଇଯାଇଛି l ପ୍ରଥମେ ଶତାଧିକ କଂଗ୍ରେସ କର୍ମୀ ପରିଛଳ ଛକରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ଦେଉଳି ପଞ୍ଚାୟତ ଦେଇ ଡ଼ଙ୍ଗରପଡା ଗ୍ରାମରେ ପହଞ୍ଚିଥିଲେ l ଏହାପରେ ମା’ଙ୍କ ପୀଠରେ ଏକ ସଭାର ଆୟୋଜନ କରାଯାଇଥିଲା l ପ୍ରଥମେ ସ୍ୱାଗତ ସଂଗୀତ ସହିତ ଯୁବ ସମାଜସେବୀ ଭକ୍ତିଭୂଷଣ ମହାପାତ୍ରଙ୍କ ସଂଯୋଜନାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ! ବିଗତ ଦିନ ମାନଙ୍କରେ ଭାରତବର୍ଷର ସ୍ୱାଧୀନତାରେ କଂଗ୍ରେସର ଭୂମିକାକୁ କଂଗ୍ରେସ କର୍ମୀମାନେ ମନେ ପକାଇବା ସହ ସ୍ବର୍ଗତ ଜାନକୀ ବଲ୍ଲବ ପଟ୍ଟନାୟକଙ୍କ ବିଗତ ଦିନର କାର୍ଯ୍ୟାଧାରାକୁ ଅଞ୍ଚଳବାସୀ ମନେ ପକାଇଥିଲେ l ପରିଶେଷରେ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଏବଂ ମାନସ ରଞ୍ଜନ ବାହୁବଳେନ୍ଦ୍ର ମିଶି ଓଗାଳପୁର ଗ୍ରାମର ଟୁକୁଦତ୍ତ ସମନ୍ତସିଂହାରଙ୍କ ଭିନ୍ନକ୍ଷମ ତିନି ସନ୍ତାନଙ୍କୁ କିଛି ଆର୍ଥିକ ସହାୟତା ସହ ତିନି ପିଲାଙ୍କ ଭବିଷ୍ୟତ ଗଠନ ଓ ଚିକିତ୍ସା ପାଇଁ ଚେଷ୍ଟା କରିବେ ବୋଲି ତାଙ୍କ ପିତା ମାତାଙ୍କୁ ପ୍ରତିଶୃତି ଦେଇଥିଲେ l ତେବେ ଦୀର୍ଘ ଦିନ ଧରି ଶିଥିଳ ହୋଇ ରହିଥିବା କଂଗ୍ରେସ ର ଏହି କାର୍ଯ୍ୟକ୍ରମ ପରେ ବେଗୁନିଆ କଂଗ୍ରେସ କର୍ମୀଙ୍କ ମନରେ ନୂଆ ଉତ୍ସାହ ଭରି ଯାଇଛି !

Exit mobile version