ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଲୁଣା ଚିତ୍ରୋତ୍ପଳା ଦ୍ଵିପାଞ୍ଚଳରେ ୩ କୋଟିରୁ ଅଧିକ ଟଙ୍କାର ଦୁଇଟି ପ୍ରକଳ୍ପ ର ଶିଳାନ୍ୟାସ କଲେ ପୁର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷା ବିଭାଗର ଅଧିନସ୍ଥ ଅସୁରେଶ୍ଵର ପଞ୍ଚାୟତ କୁଳଗାଁଇଶାଳୋ ଠାରେ ହେବାକୁ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ର ଦୁଇ ମହଲା ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଯାହାକି ୨ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ ! ବିଧାୟକ ପ୍ରତାପ ଜେନା ତାହାର ଶୁଭ ଶିଳାନ୍ୟାସ କରିଥିଲେ । ସେହିପରି ଓରତି ପଞ୍ଚାୟତ ଖଣ୍ଡାୟତ ପଟିକିରା ଉଚ୍ଚ ବିଦ୍ୟାଳୟ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦୁଇ ମହଲା ବିଶିଷ୍ଟ ଏବଂ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ର ଶୁଭ ଶିଳାନ୍ୟାସ କରିଥିଲେ । ଯାହାକି ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ଏଥି ନିମନ୍ତେ ୯୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଲୁଣା ଚିତ୍ରୋତ୍ପଳା ଦ୍ଵିପାଞ୍ଚଳରେ ଶିକ୍ଷା ସ୍ବାସ୍ଥ୍ୟ ଓ ଗମନାଗମନ ସମେତ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଅର୍ଥ ର କେବେ ଅଭାବ ରହିବ ନାହିଁ ବୋଲି ବିଧାୟକ ପ୍ରତାପ ମତ ପ୍ରକାଶ କରିଥିଲେ । ବିଧାୟକ ଲୁଣା ଚିତ୍ରୋତ୍ପଳା ଦ୍ଵିପାଞ୍ଚଳ ଶତାଧିକ ବରିଷ୍ଠ ନାଗରିକ ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ। । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୋଜୀ ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା , ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଗିରୀଶ ରଞ୍ଜନ ମହାପାତ୍ର, ବ୍ଲକ ଶିକ୍ଷା ଅଧିକାରୀ ଲକ୍ଷହୀରା ଲାବଣ୍ୟବତୀ ବେହେରା, ଜିଲ୍ଲାପରିଷଦ ଜସ୍ମିତା ସେଠୀ, ବିଭୁତୀ ଭୁଷଣ ଷଣ୍ଡ, ଅସୁରେଶ୍ଵର ପଞ୍ଚାୟତ ସରପଞ୍ଚ ଗୌତମୀ ଦାସ, ଅନନ୍ତ କୁମାର ଦାସ ପ୍ରମୁଖ ଯୋଗଦାନ କରିଥିଲେ !
୩ କୋଟିରୁ ଅଧିକ ଟଙ୍କା ର ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରତାପ ଜେନା !!!

