ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମୁଖ କର୍କଟ ରୋଗରେ ପିଡୀତ ବାଣପୁର ଅଲାଇଡିହ ଗ୍ରାମର ବରଦା , ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ! ପୁଅକୁ ବଞ୍ଚେଇବା ପାଇଁ ବାପ, ମା ଙ୍କ ଆକୁଳ ନିବେଦନ ! ଛୋଟ ପରିବାର ସୁଖି ପରିବାର ଥିଲା ଜୀବନ ପଣ୍ଡା ଙ୍କର । ତାଙ୍କର ପରିବାର କହିଲେ ତିନି ପ୍ରାଣୀ । ଜୀବନ, ତାଙ୍କ ସ୍ତ୍ରୀ ଓ ଗୋଟିଏ ବୋଲି ୨୭ ବର୍ଷର ପୁଅଟିଏ । କିନ୍ତୁ ଦଇବ ତାଙ୍କର ହସଖୁସିର ସଂସାରକୁ ସହି ପାରିଲା ନାହିଁ । ବଜ୍ର ଢାଳିଦେଲା ଛୋଟ ସଂସାରରେ । ରୋଜଗାରିଆ ପୁଅକୁ କରିଦେଲା କର୍କଟ ରୋଗରେ ଆକ୍ରାନ୍ତ । ଶୁଣିବା ପରେ ବାପ,ମାଙ୍କର ପାଦରୁ ସତେ ଖସିଗଲା ମାଟି । ଜୀବନରେ ଯାହାବି ରୋଜଗାର କରିଥିଲେ । ପୁଅକୁ ବଞ୍ଚେଇବା ପାଇଁ ସେସବୁକୁ ପୁଅ ପିଛା ଖର୍ଚ୍ଚ କରି ସାରିବା ପରେ ଏବେ ନିରାଶ ହୋଇ ଭଗବାନ ଙ୍କୁ ଡାକୁଛନ୍ତି । ହେ ପ୍ରଭୁ ମୋ ପୁଅକୁ ବଞ୍ଚେଇଦିଅ । ପୁଅର ଚିକିତ୍ସା ପାଇଁ ଆମପାଖରେ ଅର୍ଥ ଆଉ ନାହିଁ । ତାହାର ଚିକିତ୍ସା ପାଇଁ ସାହାଯ୍ୟର ହାତ ପାତିଛନ୍ତି ଜନସାଧାରଣଙ୍କ ପାଖରେ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତ ଅଲାଇଡିହ ଗ୍ରାମର ଜୀବନ ପଣ୍ଡାଙ୍କ ପରିବାର ରେ । ଜୀବନ ଗୋଟିଏ ଘରୋଇ ସଂସ୍ଥା ରେ କାର୍ଯ୍ୟ କରୁଥିଲେ । ସେଥିରୁ ଯାହାବି ପାଉଥିଲେ ସେତିକିରେ ପରିବାର ପ୍ରତିପୋଷଣ ହୋଇ ଯାଉଥିଲା । କରୋନା ସମୟରେ ସେତିକିବି ଚାଲିଗଲା । ଏକମାତ୍ର ଭେଣ୍ଡିଆ ପୁଅ ବରଦା ପ୍ରସାଦ ପଣ୍ଡା ବୟସ ୨୭ ବର୍ଷ । ବାପ ମାଙ୍କୁ ଟିକେ ଖୁସିରେ ରଖିବା ପାଇଁ କର୍ମ ଅନ୍ୱେଷଣରେ ଯାଇ , ହରିଆନା ରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । ସେଠାରେ ଥିବାବେଳେ ଦାନ୍ତ ମାଡ଼ିରେ ଭୀଷଣ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । କିନ୍ତୁ କିଛି ସୁଫଳ ନମିଳିବାରୁ ବାଧ୍ୟ ହୋଇ ନିଜ ଜନ୍ମ ମାଟିକୁ ଫେରି ଆସିଥିଲେ । ବାପ ମା ଭେଣ୍ଡିଆ ପୁଅ କୁ ନେଇ କଟକ ବଡ଼ ଡ଼ାକ୍ତରଖାନା ନେଇଥିଲେ । ପରୀକ୍ଷା ନିରୀକ୍ଷା କରି ଡାକ୍ତର ଯାହା କହିଲେ ବାପ ମାଆ ଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ସେଠାରୁ ଜାଣିବାକୁ ପାଇଲେ ପୁଅକୁ ମୁଖ ଗହ୍ୱର କର୍କଟ ରୋଗ ହୋଇଛି । ବାସ ସେଠାରୁ ଆରମ୍ଭ ହେଲା ଜୀବନଙ୍କ ପରିବାର ରେ କଳା ଦିନ । ଯାହା ଦୁଇ ପଇସା ସଞ୍ଚୟ କରିଥିଲେ । ପୁଅ ପିଛା ଚିକିତ୍ସା ରେ ସରିଲା । ଏବେ ଅଧିକା ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ । ଏଣୁ ପୁଅକୁ ଅଧିକା ଚିକିତ୍ସା ପାଇଁ ସାହାଯ୍ୟ ପାଇଁ ଯୋଡ଼ ହସ୍ତରେ ନିବେଦନ କରିଛନ୍ତି କାଳେ କୋଉଠୁ ଟିକେ ସାହାଯ୍ୟ ମିଳିବ । ପୁଅ ପୁଣି ସୁସ୍ଥ ହେବ ।
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ପୁଅକୁ ବଞ୍ଚେଇବା ପାଇଁ ବାପ, ମା ଙ୍କ ଆକୁଳ ନିବେଦନ !!!

