କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା କଣିହାଁ ଯୁକ୍ତ ଦୁଇ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଯୁବନୀତି – ୨୦୨୩ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ମଙ୍ଗଳବାର ଠାରୁ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଆରମ୍ଭ ହୋଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୁକ୍ତ ଦୁଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ମଦନମୋହନ ମହାନ୍ତି, କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗିରି ଗୋବର୍ଦ୍ଧନ ସାହୁ ଯୋଗଦେଇ ପ୍ରଶିକ୍ଷଣ କାର୍ଯ୍ୟର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପାଠ ପଢୁଥିବା କଳା ଓ ବିଜ୍ଞାନ ବିଭାଗର ସମସ୍ତ ଛାତ୍ରୀ ମାନଙ୍କୁ ତାଲିମ ଦିଆଯିବ । ଏହି ତାଲିମ ଶିବିର ଆସନ୍ତା ୧୯ ତାରିଖ ରେ ଉଦଯାପିତ ହେବ । କଲେଜର ମାଷ୍ଟର ଟ୍ରେନର ସାଗରିକା ସାହୁ ତାଲିମ୍ ପ୍ରଦାନ କରୁଥିବା ବେଳେ ଅଧ୍ୟାପିକା ତୃପ୍ତିମୟୀ ନାୟକ, ରୋଜାଲିନ ବେହେରା, କର୍ମଚାରୀ ତୁଆଣୀ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
କଣିହାଁ ମହାବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଘାଟିତ !!!

