Site icon Awaj Media

ବାଙ୍କୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ତ୍ରିଂଶତମ ବାର୍ଷିକ ଉତ୍ସବ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ତ୍ରିଂଶତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ବାଙ୍କୀ କଲେଜର ଅଧ୍ୟକ୍ଷ କ୍ୟାପଟେନ ଭବାନୀ ପ୍ରସାଦ ହୋତା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ପୂର୍ବ ସମ୍ଭାଗ ଶିକ୍ଷା ବିକାଶ ସମିତିର ସଂପାଦକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଯୋଗଦେଇ ଭବିଷ୍ୟତରେ ଛାତ୍ରଛାତ୍ରୀ ମାନେ ଭଲ ମଣିଷ ହେବା ସହ ଦେଶ ମାତୃକାର ସେବା କରିବା ପାଇଁ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ବିଦ୍ୟାମନ୍ଦିରର ପରିଚାଳନା କମିଟିର ସଭାପତି ରଞ୍ଜନ କୁମାର ସାମନ୍ତରାୟ ସଭାପତିତ୍ୱ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ନରେଶ କୁମାର ମନ୍ତ୍ରୀ ବାର୍ଷିକ ବିବରଣୀ ପଠନ କରିଥିଲେ । ପରିଚାଳନା କମିଟିର ସଂପାଦକ ତାପସ କୁମାର ଦାଶ ସ୍ୱାଗତ ଭାଷଣ ଏବଂ ପରିଚୟ ପ୍ରଦାନ କରିଥିଲେ । ଏହି ସଭାରେ ପୂର୍ବତନ ଛାତ୍ରୀ କାଶ୍ୟପୀ ବେହେରା ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଇଥିବାରୁ ଶିଶୁ ମନ୍ଦିର ତରଫରୁ ତାଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ମୁଖ୍ୟ ଅତିଥି ଶ୍ରୀ ହୋତା ସମ୍ବର୍ଦ୍ଧିତ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ୧୦ମ ଶ୍ରେଣୀ ଛାତ୍ରୀ ପ୍ରିତିଲିପି ନାୟକ ଓଡ଼ିଆ ବକୃତା ପ୍ରତିଯୋଗିତାରେ ପ୍ରଥମ, ଶ୍ରୀୟା ସିଦ୍ଧି ପରିଡା ଇଂରାଜୀ ଡିବେଟରେ ପ୍ରଥମ, ପ୍ରଜ୍ୱତୀ ପ୍ରିୟଦର୍ଶିନୀ ସାହୁ ଇଂରାଜୀ ରଚନାରେ ପ୍ରଥମ, ପ୍ରିତିଲିପି ନାୟକ ଓଡ଼ିଆ ରଚନାରେ ପ୍ରଥମ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ପ୍ରସନ୍ନ ନାୟକ ସଂଯୋଜନା କରିଥିବା ବେଳେ ମନୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Exit mobile version