Site icon Awaj Media

ସମାଜସେବା କ୍ଷେତ୍ରରେ ଅନନ୍ତ ଚରଣ ଖଟେଇଙ୍କ ଉଲେଖନୀୟ ଅବଦାନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତର ପଦନପୁର ଗ୍ରାମର ଅନନ୍ତ ଚରଣ ଖଟେଇ ଜଣେ ସମାଜ ସେବି ଭାବେ ନିଜକୁ ସମର୍ପଣ କରିଛନ୍ତି ସମାଜ ସେବାରେ l ଦୀର୍ଘ ପଞ୍ଚ ତିରିଶ ବର୍ଷ ରୁ ଉର୍ଦ୍ଧ ସମାଜ ସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍କୁଲ,NGO, କଲେଜ, କ୍ଲବ, ଏସ ଏସ ଜି ଓ ଅନେକ ଅନୁଷ୍ଠାନ ତରଫରୁ ସଂମ୍ମାନିତ ହୋଇଛନ୍ତି l ଏପରିକି ଓଡିଶା ରାଜ୍ୟ ପାଳ ଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ କେତେକ ଅନୁଷ୍ଠାନ ମଧ୍ୟ ସଂମ୍ମାନିତ ହୋଇଛନ୍ତି ଅନନ୍ତ l ବିଶ୍ୱ ରେ ଦେଖା ଦେଇଥିବା କୋରନା ମହାମାରୀ ସମୟ ରେ ନିଜ ଜୀବନକୁ ପାଣି ଛଡେଇ ବିଭିନ୍ନ ସ୍ଥାନରେ କରୋନା ରୋଗର ଜନ ସଚେତନ କାର୍ଯ୍ୟ ସହ ମାସ୍କ, ସାବୁନ ହ୍ୟାଣ୍ଡୱାସ ବଣ୍ଟନ କରିବା ସହ ପଶୁ ପକ୍ଷୀଯଥା -ଗାଈ, ଛେଳି, କୁକୁର, କାଉ, ପାରା ଇତ୍ୟାଦି ପେଟକୁ ଆହାର ଯୋଗାଇ ଚର୍ଚ୍ଚା କୁ ଆସିଥିଲେ ଏହି ବ୍ୟକ୍ତି ଜଣକ l କିନ୍ତୁ ଚର୍ଚ୍ଚାର ବିଷୟ ସମାଜ ସେବି ଅନନ୍ତ ଗରିବ ପରିବାରେ ଜନ୍ମ ଗ୍ରହଣ କରି ମଧ୍ୟ ନିଜ ରୋଜଗାର ରେ ତିରିଶ ପରସେଣ୍ଟ ଘର ଚଳାଇବା ସହ ସତୁରି ପରସେଣ୍ଟ ଅର୍ଥ ରେ ସମାଜ ସେବାରେ ଲଗାଇବା ଆନନ୍ଦ ଉପଭୋଗ କରି ଥାନ୍ତି ଅନନ୍ତ l କହିବାକୁ ଗଲେ ବାଣପୁର ମାଟିର ପୁଅ ଅନନ୍ତ ସମାଜ ସେବା ପାଇଁ ଅଭାବ ଅନାଟନ ଭିତରେ ରହି ମଧ୍ୟ ପଛକୁ କେବେ ବୁଲି ଚାହିଁ ନାହାନ୍ତି l ସେ ସର୍ବଦା ସମାଜର ମଙ୍ଗଳ ପାଇଁ ଅଣ୍ଟା ଭିଡିଥାନ୍ତି, ସମାଜ ସେବୀ ଅନନ୍ତ କୁହନ୍ତି ମୋ ଭଳି ଅନେକ ଯୁବକ ଯୁବତୀ ନିଷ୍ଠାର ସହ ଆଗେଇ ଆସନ୍ତୁ ସମାଜ ର ମଙ୍ଗଳ ନିମନ୍ତେ ଭଲ ହୁଅନ୍ତା ବୋଲି କହିଛନ୍ତି l ଏହି ଭଳି ସମାଜ ସେବୀ କୁ ଭାରତ ସରକାର ହୁଅନ୍ତୁ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ ସଂମ୍ମାନିତ କରାଗଲେ ସେବା କାର୍ଯରେ ଆହୁରି ଆଗଭର ହୁଅନ୍ତେ ଓ ଏହାକୁ ଦେଖି ସମାଜରେ ରହିଯାଇଥିବା ଅନେକ ସମାଜସେବୀ ଆଗେଇ ଆସନ୍ତେ ସମାଜର ଅନେକ ସେବା ମଧ୍ୟ ହୁଅନ୍ତା ବୋଲି ଯାହା ଅଞ୍ଚଳ ବାସି କୁହନ୍ତି l

Exit mobile version