Site icon Awaj Media

ଚାଷୀଙ୍କୁ ଶୋଷଣ କରୁଛି ମିଲର : ସବୁ ଜାଣି ଜିଲ୍ଲା ପ୍ରଶାସନ ନିରବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳ ଅଟେ । ଏଠାକାର ମୁଖ୍ୟତଃ ଜୀବନ ଜୀବିକା କୃଷି ଉପରେ ନିର୍ଭର କରେ । 7 ଟି ବ୍ଳକ ମଧ୍ୟରୁ କାଶୀ ନଗର, ଗୁମ୍ମା ଓ ଗୋଶାଣୀ ରେ ଅଧିକ ଧାନ ଚାଷ ହୋଇଥାଏ । ବର୍ତ୍ତମାନ ଖରିଫ ଋତୁରେ ଚାଷୀଙ୍କ ଧାନ କ୍ରୟ କରିବା ସକାଶେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକ ସମବାୟ ସମିତି , ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ବାରା ଚାଷୀଙ୍କ ଧାନ କ୍ରୟ କରିବାର ବ୍ୟବସ୍ଥା ରହିଛି । ସମବାୟ ସମିତି ରେ ଚାଷି ବିକ୍ରୟ ସକାଶେ ପଞ୍ଜିକୃତ କରିଥାଏ । ଚାଷୀଙ୍କ ଜଳ ସେଚିତ ଓ ଅଣ ଜଳ ସେଚିତ ଜମି ରୁ କେତେ କ୍ୟୁଇଣ୍ଟାଲ ଧାନ ବିକ୍ରି କରି ପାରିବେ ତାହା ନିର୍ଦ୍ଧାରିତ ହୋଇ ଥାଏ । କିନ୍ତୁ ସମବାୟ ସମିତିରେ ଅଧିକା ଜମି ଥିବା ଲୋକଙ୍କୁ କମ ଧାନ ଦେବା ସକାଶେ ଆସିଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଚାଷି ଉତ୍ପାଦିତ ଧାନ ଶାଗ ମାଛ ଦରରେ ବିକ୍ରି କରିବାକୁ ପଡୁଛି । ଏପଟେ ଚାଷି ପ୍ରାଥମିକ ସମବାୟ ସମିତିରୁ ଟୋକେନ୍ ଆଣିବା ପରେ ଧାନ ପ୍ରାଥମିକ ସମବାୟ ସମିତିକୁ ପହଞ୍ଚାଇବା କଥା ଏବଂ ପ୍ରାଥମିକ ସମବାୟ ସମିତି ଯାଞ୍ଚ କରି ଚାଷୀଙ୍କ ଧାନ ରଖିବା କଥା କିନ୍ତୁ ପ୍ରାଥମିକ ସମବାୟ ସମିତି ଚାଷୀଙ୍କ ଧାନ ନା ଓଜନ କରୁଛି ନା ପରୀକ୍ଷା କରୁଛି । ସିଧା ମିଲରଙ୍କ ନିକଟକୁ ସାମ୍ପୁଲ ଧରି ଯିବାକୁ ପଠାଉଛି । ଚାଷି ଧାନ ଧରି ମିଲ କୁ ଗଲେ ପରେ ମିଲର ଧାନ ଶୁଖିଲା ନଥିବା , କାଠିକୁଟା ଅଛି କହି କାଟି ଦେଉଛି । ଯାହା ଫଳରେ ଚାଷି କୁ କ୍ଷତି ସହିବାକୁ ପଡୁଛି । ଚାଷୀଙ୍କୁ ଅଖା, ପରିବହନ, ସୁତୁଲୀ ପଇସା ଦିଆ ଯାଉନାହିଁ । ଗଜପତି ଜିଲ୍ଲାରେ ଏହିଭଳି ବାସ୍ତବ ଚିତ୍ର ଧାନ କ୍ରୟ କରାଯାଉଛି । ଚାଷୀଙ୍କୁ ମିଲର ଶୋଷଣ କରୁଛି ।

Exit mobile version