Site icon Awaj Media

ମହେନ୍ଦ୍ର ତନୟା ମହୋତ୍ସବ ଉଦଯାପିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ଠାରେ ପଞ୍ଚାୟତ ସମିତି ସ୍ତରୀୟ ମହେନ୍ଦ୍ର ତନୟା ମହୋତ୍ସବ ଉଦଯାପିତ ହୋଇଯାଇଛି । ଏହି ମହୋତ୍ସବକୁ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସରକା ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ଶ୍ରେଣୀର କଲ୍ୟାଣ, ଆଇନ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ପ୍ରଥମେ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ସୁଧୀର ଦାସ ପରାମର୍ଶଦାତା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ.ତିରୁପତି ରାଓ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିଥି ରୂପେ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଫାଲଗୁନ ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ ରଥ, ଜିଲ୍ଲା ପରିଷଦ ସଭ୍ୟ ଏସ. ବାଲ ରାଜୁ ଙ୍କ ସମେତ ବ୍ଳକ ଅଧ୍ୟକ୍ଷ ଏନ. ବୀର ରାଜୁ, ଉପାଧ୍ୟକ୍ଷ ଏସ, ଅନୁସୂୟା ଦେବୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧବ ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ । ମଞ୍ଚାସିନ ଅତିଥିଙ୍କ ଦ୍ଵାରା ସ୍ମରଣୀକା ପୁସ୍ତକ ଉନ୍ମୋଚନ କରାଯିବା ସଙ୍ଗେ ସଙ୍ଗେ ମଞ୍ଚାସିନ ଅତିଥି ମାନଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧବ ମାଝୀଙ୍କ ଦ୍ବାରା ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ସିଆରସିସି ରଶ୍ମିତା ସାମଲ, ଅତିଥି ମାନେ ବକ୍ତବ୍ୟରେ ମହେନ୍ଦ୍ର ମହୋତ୍ସବ ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ନିଜର ମତବ୍ୟକ୍ତ ରଖିଥିଲେ । ଏହି ମହୋତ୍ସବର ଉଦ୍ଦେଶ୍ୟ ହେଲା କଳା ଓ ସଂସ୍କୃତିକୁ ଉଦଜିବିତ କରିବା ସଙ୍ଗେ ସଙ୍ଗେ ପ୍ରତିଭା ଯେପରି ତୃଣମୂଳ ସ୍ତରରୁ ଦେଶ ବିଦେଶରେ ଅନ୍ତର୍ନିହିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଏହାର ଲକ୍ଷ୍ୟ ।ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡିଶୀ ନୃତ୍ୟ ପରିବେଷଣ ହୋଇ ଥିଲା।ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା କରିଥିବା କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।ମହୋତ୍ସବ ଉପଲକ୍ଷେ ବିଭିନ୍ନ ବିଭାଗର ଷ୍ଟଲ ଖୋଲା ଯାଇଥିଲା ବିଭିନ୍ନ ବିଭାଗର ଷ୍ଟଲ ସରକାରଙ୍କର ବିଭିନ୍ନ ବିଭାଗର ଯୋଜନା ପରିଦର୍ଶିତ କରାଯାଇ ଜନସାଧାରଣଙ୍କୁ ସଚେତନତା କରିବା ମୁଖ୍ୟ ଉଦ୍ଦେଶ୍ୟ। ପଞ୍ଚାୟତ ର ସରପଞ୍ଚ,ସମିତି, ବ୍ଳକର ଜନସାଧାରଣ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ବ୍ଳକର କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Exit mobile version