Site icon Awaj Media

ନୟାଗଡ ରେ ସଡ଼କ ସୁରକ୍ଷା ସଚେତନତା ରଥ ର ଶୁଭାରମ୍ଭ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ ରେ ସଡକ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି ! ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ , ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡା ଏବଂ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୂଖ ଉପସ୍ଥିତ ରହି ପ୍ରଭୂ ଶ୍ରୀଜଗନ୍ନାଥଙ୍କ ପାଖରେ ଦୀପ ପ୍ରଜ୍ଜ୍ୱଳନ ସହିତ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ ! ଏଲ୍ ଇ ଡି ସଂଯୁକ୍ତ ରଥ ଆଜି ଠାରୁ ସାତ ଦିନ ପର୍ଯ୍ୟନ୍ତ ନୟାଗଡ ଜିଲ୍ଲାର ନୟାଗଡ ପୌର ପରିଷଦ ସମେତ ବିଭିନ୍ନ ବିଜ୍ଞାପିତ ଅଞ୍ଚଳ, ବ୍ଲକ, ପଞ୍ଚାୟତ ବୁଲି ଜନ ସାଧାରଣଙ୍କୁ ସଡକ ସୁରକ୍ଷା ଉପରେ ସଚେତନ କରିବ । ଏହି ଉଦ୍‌ଘାଟନ ଉତ୍ସବ ଅବସରରେ ପରିବହନ କାର୍ଯ୍ଯାଳୟର କର୍ମଚାରୀ ,ବେସରକାରୀ ବସ ମାଲିକ ସଂଘ ସଭାପତି, ନୟାଗଡର ମୋଟର ଯାନ ବିକ୍ରେତା, ଗାଡି ଚାଳକ ସଂଘର ସଭ୍ୟ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Exit mobile version