Site icon Awaj Media

ଚିଲିକା ଅଞ୍ଚଳର ବିଭିନ୍ନ ଅସହାୟ ଲୋକଙ୍କୁ ଭେଟି ସହଯୋଗର ହାତ ବଢାଇଲେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଭିନ୍ନ ଗଣମାଧ୍ୟମ ଜରିଆରୁ ଖବର ପାଇ ଖୋର୍ଦ୍ଧା ଜିଲ୍ଲାର ଚିଲିକା ଓ ବାଣପୁର ବ୍ଲକ ଗସ୍ତରେ ଆସି କିଛି ଅସହାୟ ଭିନ୍ନକ୍ଷମ ପରିବାରକୁ ଭେଟି ସହଯୋଗର ହାତ ବଢାଇଲେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସୂର୍ଯ୍ୟ ନଗର ଅଞ୍ଚଳରେ ପର ଘରେ ଆଶ୍ରୟ ନେଇ ରହୁଥିବା ବର୍ଷା ନନ୍ଦ ଯିଏକି ପିଲାଟି ବେଳୁ ଭିନକ୍ଷମ l ଦୁର୍ଦିନ ରେ ଜୀବନ ଜୀବକା ଅତିବାହିତ କରୁଥିବା ପରିବାର ଏବଂ ତାପରେ ବାଣପୁର ବ୍ଲକ ଅନ୍ତର୍ଗତ ଅଲାଇଡିହ ଗ୍ରାମର ଜୀବନ ପଣ୍ଡାଙ୍କ ପୁଅ ବରଦା ପ୍ରସାଦ ପଣ୍ଡା ଏବେ ମୂଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ , ଚିକିତ୍ସା ନିମନ୍ତେ ଅର୍ଥ ଅଭାବ ଯୋଗୁ ପୁଅର ଚିକିତ୍ସା କରି ପାରୁନଥିବା ପରିବାର କୁ ଭେଟିଥିଲେ ! ଚିଲିକା ବ୍ଲକ ଶିଖର ପଦର ଗ୍ରାମରେ ଜରିପାଲ ତଳେ ପଢିଥିବା ବିଧବା ମା କୁନ୍ତଳା ଓ ତାଙ୍କ ଦୁଇ ପାଗେଳୀ ଝିଅ କୁ ଭେଟି ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ସେମାନଙ୍କ ଦୁଃଖ କାହାଣୀ ଜାଣିବା ପରେ ସମସ୍ତ ପରିବାର କୁ କିଛି ଆର୍ଥିକ ସହାୟତା ଦେବା ସହ ଆଗାମୀ ଦିନରେ ମଧ୍ୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

Exit mobile version