Site icon Awaj Media

ଜାତୀୟ ଯୁବ ଉତ୍ସବ – ୨୦୨୩ରେ ଓଡ଼ିଆ ଯୁବକ ବିକ୍ରମ କେଶରୀ ନାଥଙ୍କ ପ୍ରତିନିଧିତ୍ବ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଜାତୀୟ ଯୁବ ଉତ୍ସବରେ ପ୍ରତିନିଧିତ୍ବ କଲେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଯୁବକ ସମାଜସେବୀ ବିକ୍ରମ କେଶରୀ ନାଥ ! କଟକ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର (ଏନୱାଇକେ) ସଂଗଠନ ଦ୍ୱାରା ମନୋନୀତ ହୋଇ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରାଳୟ ପକ୍ଷରୁ କର୍ଣ୍ଣାଟକର ହୁବୁଲି ଠାରେ ପାଞ୍ଚ ଦିନ ବ୍ୟାପି ଆୟୋଜିତ ୨୬ ତମ ଜାତୀୟ ଯୁବ ଉତ୍ସବରେ କଟକ ଜିଲ୍ଲାରୁ ପ୍ରତିନିଧିତ୍ବ କରି ନିଜର ପ୍ରତିଭା ପ୍ରଦର୍ଶନ କରି ଉପସ୍ଥିତି ଅତିଥି ଏବଂ ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରମାଣ ପତ୍ର ଗ୍ରହଣ କରିଛନ୍ତି l ଜାତୀୟ ଯୁବ ସ୍ୱେଚ୍ଛାସେବୀ, ପରିବେଶବିତ ବିକ୍ରମ କେଶରୀ ନାଥଙ୍କୁ ଏଥି ନିମନ୍ତେ ଅନେକ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି l

Exit mobile version