Site icon Awaj Media

ଆଉ ନାହାନ୍ତି ଆଦର୍ଶ ଶିକ୍ଷକ ଗୌରାଙ୍ଗ ଚରଣ ଦାସ : ସଦର ମାଟିରେ ଶୋକ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବୟାଳିଶ ମୌଜା ସ୍ଥିତ ବେଣ୍ଟକାର ମଧ୍ୟ ଇଂରାଜୀ ବିଦ୍ୟାଳୟର ଅବସରପ୍ରାପ୍ତ ଗଣିତ ଶିକ୍ଷକ ଗୌରାଙ୍ଗ ଚରଣ ଦାସ ଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ପରିବାର ସମସ୍ତ ସଦସ୍ୟ, ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସେ ଜଣେ ଶାନ୍ତ, ସରଳ, ମିଷ୍ଟଭାଷୀ, ପରୋପକାରୀ ତଥା ଜଣେ ଆଦର୍ଶ ଶିକ୍ଷକ ଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ପୈତୃକ ଗ୍ରାମ ରାଜପୁର ଠାରେ ପୂର୍ଣ୍ଣ ମର୍ଯ୍ୟାଦା ସହ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଛି। ଜ୍ୟେଷ୍ଠ ପୁତ୍ର ଅରବିନ୍ଦ ଦାସ ମୂଖାଗ୍ନୀ ଦେଇଥିଲେ । ତାଙ୍କ ମୃତ୍ୟୁରେ ବେଣ୍ଟକାର ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ କଳପତ୍ରୁ ପାଗଲ, ପୂର୍ବତନ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ଦାଶ, ପୂର୍ବତନ ଶିକ୍ଷକ ଶ୍ୟାମ ସୁନ୍ଦର ଦାସ, ବିଜୟ କୁମାର ପଟ୍ଟନାୟକ, ସୁଦାମ ଚରଣ ବେହେରା, ସାଗର କାନୁନଗୋ, ପ୍ରଫୁଲ୍ଲ କୁମାର ଶତପଥୀ, ଧ୍ରୁବ ଚରଣ ମହାପାତ୍ର, ଶଙ୍କର୍ଷଣ ସେନାପତି, ରାହାସ ବିହାରୀ ଜେନା, ନିକୁଞ୍ଜ ବିହାରୀ ସ୍ବାଇଁ, ଶିକ୍ଷୟତ୍ରୀ ସରୋଜ ନଳିନୀ ପରିଜା ଓ ମୀନତି ପଣ୍ଡା ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

Exit mobile version