ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ | ଚନ୍ଦକା – ଡମପଡା ଅଭାୟାରଣ୍ୟର ଜଙ୍ଗଲ ମଝି ରେ ଅବସ୍ଥିତ ଆଦିବାସୀ ଗାଁ ବାଁଘୁଆ ଠାରେ ପରିଷଦ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି | ଜନମଙ୍ଗଳ ପରିଷଦ ତରଫରୁ ଏଠାରେ ପ୍ରାୟ 60 ରୁ ଉର୍ଦ୍ଧ ଅସହାୟ ପରିବାରକୁ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା |
ସୂଚନାଯୋଗ୍ୟ ଯେ, ଜନମଙ୍ଗଳ ପରିଷଦ ଗତ 8 ବର୍ଷ ହେବ ପ୍ରତ୍ୟେକ ଶୀତଋତୁରେ ଅସହାୟ ଶ୍ରେଣୀର ଲୋକ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରି ଆସୁଛି | ଚଳିତ ବର୍ଷ ପରିଷଦ ପକ୍ଷରୁ ଗତ ଡିସେମ୍ବର 25 ତାରିଖରୁ ଅସହ୍ୟ ଲୋକମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଉଅଛି | ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନା, ଯୁବ ସାମାଜିକ କର୍ମୀ ନିରଞ୍ଜନ ସାହୁ, ସୁକାନ୍ତ ମହାନ୍ତି, ସୀମାଦ୍ରୀ ଶେଖର ସାହାଣୀ , ସନ୍ତୋଷ କୁମାର ସାହୁ, ରଞ୍ଜନ ନାଏକ, ବିଦ୍ୟାଧର ନାଏକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ |

