Site icon Awaj Media

ପୋଲିସ ପ୍ରଶାସନ ତରଫରୁ ସଡକ ସୁରକ୍ଷା ସଚେତନତା !!!

Spread the love

ଉମରକୋଟ ( ଆୱାଜ ମିଡ଼ିଆ ) – ବିଜୟଲତା ପାଣିଗ୍ରାହୀ : ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ପୋଲିସ ପ୍ରଶାସନ ପକ୍ଷରୁ ଗତ ଏକ ସପ୍ତାହ ଧରି ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ! ଏଥିରେ ଉମରକୋଟ ଏସଡିପିଓ ଶୁଭେନ୍ଦୁ କୁମାର ଶବର ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ବ କରିଥିଲେ ! ଏହି ସଚେତନତା ରାଲି ଝରୀଗାଁ ରୋଡ ରୁ ଆରମ୍ଭ ହୋଇ ଡିଏନକେ ପର୍ଯ୍ୟନ୍ତ ଯାଇଥିଲା ! ରାଲିରେ ସହର ର ବିଦ୍ୟାଳୟ, କଲେଜ ର ଛାତ୍ରଛାତ୍ରୀ ଙ୍କ ସହ ଗାଡି ଚାଳକ, କିଛି ସମାଜସେବୀ ଯୋଗ ଦେଇ ଗାଡି ଚାଳକ ମାନଙ୍କୁ ଟ୍ରାଫିକ ନିୟମ ମାନି ଗାଡି ଚଲାଇବା ପାଇଁ ବାର୍ତା ଦେଇଥିଲେ ! ଆୟୋଜିତ କାର୍ଯ୍ୟକ୍ରମ ରେ ଯମରାଜ ମୁଖ୍ୟ ଆକର୍ଷଣ ଥିଲେ ! ସେ ସମସ୍ତ ରାସ୍ତା ରେ ଯାଉଥିବା ଅମାନିଆ ଗାଡି ଚାଳକ ଙ୍କୁ ହେଲମେଟ ଓ ସିଟବେଲ୍ଟ ର ପ୍ରାଧାନ୍ୟ ବିଷୟରେ ସଚେତନ କରିଥିଲେ ! କିଛି ଅମାନିଆ ଗାଡି ଚାଳକଙ୍କୁ ପୋଲିସ ମାନେ ଗୋଲାପ ଫୁଲ ସହ ଚକଲେଟ ଦେଇ ହେଲମେଟ ପିନ୍ଧିବାକୁ କହିଥିଲେ ! ଟ୍ରାଫିକ ର ନୂଆ ନୂଆ ନିୟମ ସହ ଟ୍ରାଫିକ ଚିତ୍ର ର ବିବରଣୀ ସମସ୍ତ ଲୋକଙ୍କୁ ଲିଫଲେଟ ମାଧ୍ୟମରେ ବଣ୍ଟଯାଇଥିଲା !

Exit mobile version