Site icon Awaj Media

ଗାଜଲବାଡ଼ି ଘାଟି ରେ ଦୁଇ ବସ୍‌ ମୁହାଁମୁହିଁ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି କୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥ ଗାଜଲବାଡ଼ି ଘାଟିର ୯ ନଂ ବୁଲାଣିରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୨ ଟି ବସ୍‌ ମୁହାଁମୁହିଁ ପରିସ୍ଥିତି ହେବା ଫଳରେ ଉଭୟ ବସ୍‌ର ଯାତ୍ରୀ ମାନେ ବଡ ଅଘଟଣରୁ ରକ୍ଷା ପାଇ ଯାଇଛନ୍ତି । ଖବର ପାଇ ନିକଟସ୍ଥ ସୋରଡ଼ା ପୋଲିସ ଘଟଣାର ଅନୁଧ୍ୟାନ କରୁଥିବା ଜଣାପଡିଛି ! ଘଟଣାରୁ ପ୍ରକାଶ ଯେ, ଦାରିଙ୍ଗବାଡି ରୁ ଏକ ସରକାରୀ ବସ ଭଞ୍ଜନଗର ଯାଉଥିବା ବେଳେ ବିପରୀତ ଦିଗରୁ ଏକ ଘରୋଇ ବସ ଛତିଶଗଡ଼, ବିହାର ରାଜ୍ୟ ରୁ କିଛି ପର୍ଯ୍ୟଟକଙ୍କୁ ନେଇ ଦାରିଙ୍ଗବାଡି ଅଭିମୁଖେ ଯାତ୍ରା କରୁଥିଲା । ତେବେ ବାହାର ରାଜ୍ୟର ବସ୍‌ ଚାଳକ ଉକ୍ତ ଅଣ ଓସାରିଆ ଘାଟି ରାସ୍ତା ସମ୍ପର୍କରେ ଅଜଣା ରହିଥିବା ବେଳେ ୯ ନମ୍ବର ବୁଲାଣିରେ ସରକାରୀ ବସ୍‌ ସହ ମୁହାଁ ମୁହିଁ ହୋଇଥିଲା । ତେବେ ସରକାରୀ ବସ୍‌ର ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ ଧରଣର ଦୁର୍ଘଟଣା ଟଳିଯାଇଛି । ଘାଟିରେ ଛତିଶଗଡ଼ ବସ୍‌ ଟି ଅଟକି ରହିଥିବାରୁ ଏବେ ସେହି ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ, ସରକାରୀ ବସ୍‌ଟି ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିବା ଜଣାପଡିଛି l

Exit mobile version