Site icon Awaj Media

ମରଣ ଯନ୍ତା ପାଲଟିଛି ୫୫ନଂ ଜାତୀୟ ରାଜପଥ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ନାଲକୋ ଥାନା ଅନ୍ତର୍ଗତ ନାଲକୋ ଇଷ୍ଟେଟ୍ ଅଫିସ କୁ କାର୍ଯ୍ୟ କରିବାକୁ ଯିବାବେଳେ ଟ୍ରକଟି ଯାହାର ନଂ OD 19 L 2764 ଏକ ଦୁଇ ଚକିଆ ସ୍କୁଟି ଗାଡିକୁ ଧକ୍କା ଦେଇଥିଲା ! ଫଳରେ ସ୍କୁଟି ଆରୋହୀ ଗୁନି ପ୍ରଧାନ ଆହତ ହୋଇଥିବା ବେଳେ ସ୍କୁଟିଟି ସାମାନ୍ୟ କ୍ଷତି ହୋଇଥିଲା । ସୂଚନା ଅନୁଯାୟୀ ନାଲକୋ ସିପିପି କାରଖାନାରୁ କୋଇଲା ଖାଲି କରି ଆସୁଥିବା ସମୟରେ ଟ୍ରକ ସ୍କୁଟି କୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକଙ୍କ ସାହାୟତରେ ତୁରନ୍ତ ସେହି ମହିଳା ଙ୍କୁ ନାଲକୋ ଆଶୁ ଚିକିତ୍ସାଳୟରେ ଚିକିତ୍ସା ପାଇଁ ନିଆ ଯାଇଥିଲା ! ଏଠାରେ ସୂଚନା , ନାଲକୋ ସିପିପି ଛକ ନିକଟରେ ବାରମ୍ବାର ଦୁର୍ଘଟଣା ହେବା ସହ ଧନ ଜୀବନ ନଷ୍ଟ ହେବା ସହ ଦୁର୍ଘଟଣାର ସମୁଖୀନ ହେବାକୁ ପଡୁଛି । ଆଜିର ଏହି ଘଟଣା ଫଳରେ ସିପିପି ଛକ ଠାରେ ଉତେଜନା ପ୍ରକାଶ ପାଇଥିଲା, ଖବର ପାଇ ନାଲକୋ ସ୍ପୋନସର୍ଡ ଆଇ.ଟି.ଆଇ ଏଲ.ଏ.ପି କ୍ଷତିଗ୍ରସ୍ତ ପ୍ରଜା ସଂଘ ସମ୍ପାଦକ ଶଶାଙ୍କ ଶେଖର ସାମଲ, ସଭାପତି ଦିବ୍ୟ ରଂଜନ ଦାସ ଓ ସ୍ଥାନୀୟ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ମିଳିତ ହୋଇ ସିପିପି ଛକ ଠାରେ ଆନ୍ଦୋଳନ କରିଥିଲେ । ବାରମ୍ବାର ନାଲକୋ କୋଇଲା ଟ୍ରକ ଧକ୍କାରେ ଅନେକଙ୍କ ଜୀବନ ହାନି ହେବା ସହ ଗୁରୁତର ହୋଇ ମୃତ୍ୟୁ ମୁଖ ରେ ପଡୁଛନ୍ତି । ନାଲକୋ ପ୍ରଶାସନ ବିଗତ ଦିନରେ ଶୁଖିଲା ପ୍ରତିଶୃତି ଦେଇ ଅଞ୍ଚଳବାସୀଙ୍କ ବିଶ୍ୱାସରେ ବିଶ୍ଵାସ ଘାତକତା କାର୍ଯ୍ୟ କରୁଥିବା ସଙ୍ଘର ସମ୍ପାଦକ ଶଶାଙ୍କ ଶେଖର ମତବ୍ୟକ୍ତ କରିଛନ୍ତି । ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଆଜି ଆନ୍ଦୋଳନ ଆରମ୍ଭ ହୋଇଥିଲା । ପୂର୍ବରୁ ବାରମ୍ବାର ଦୁର୍ଘଟଣା ଘଟିବା ଓ ନାଲକୋକୁ ଏ ବିଷୟରେ ଅବଗତ ପରେ ମଧ୍ୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଅଛି । ନାଲକୋର ମନମୁଖୀ କାର୍ଯ୍ୟ ଯୋଗୁଁ ବିପଦ ରେ ଅଞ୍ଚଳବାସୀ ଓ ସାଧାରଣ ଜନତା । ସ୍ଥାୟୀ ସମାଧାନ ସ୍ୱରୂପ ଟ୍ରକ ଯାତାୟାତ ସ୍ଥାନରେ ପାଣି ସିଞ୍ଚନ, ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ କ୍ଷତି ପୂରଣ ସହ ସିପିପି ଛକ ନିକଟରେ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ଦାବି ଉପସ୍ଥାପନ ହୋଇଅଛି । ଏହି ଦାବିକୁ ନେଇ ଅଞ୍ଚଳବାସୀଙ୍କ ସହ ନାଲକୋ କର୍ତ୍ତୃପକ୍ଷଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଅଛି । ଉକ୍ତ ସମସ୍ୟାର ସମାଧାନ ପାଇଁ ନାଲକୋ କର୍ତ୍ତୃପକ୍ଷ ଏଜିଏମ ସୁବାସିଷ ପଣ୍ଡା ଲିଖିତ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Exit mobile version