Site icon Awaj Media

ଭିନ୍ନ କିନ୍ତୁ ଯଥାର୍ଥ ଦାବୀ ନେଇ ଧାରଣା ଦେଉଥିବା ପ୍ରଦ୍ୟୁମ୍ନଙ୍କୁ କିଏ ଦେବ ନ୍ୟାୟ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଅପହରଣ ଘଟଣା କୁ ନେଇ ଲୋୟର ପିଏମଜି ରେ ଧାରଣା ! ତେବେ ଏହା ମଣିଷ ଦ୍ୱାରା ମଣିଷକୁ ଅପହରଣ ନୁହେଁ , ବରଂ ମଣିଷ ଦ୍ୱାରା ନିର୍ବାକ ପଶୁଙ୍କୁ ଅପହରଣ ! ଏୟାରପୋର୍ଟ ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ନ୍ୟାୟ ଦାବୀ କରି ଦୀର୍ଘ ତିନି ସପ୍ତାହରୁ ଅଧିକ ଦିନ ହେବ ଧାରଣାରେ ବସି ରହିଛନ୍ତି ପ୍ରଦ୍ୟୁମ୍ନ ଚୌଧୁରୀ ! ତାଙ୍କ ଅନୁପସ୍ଥିତିରେ ତାଙ୍କ ଘରେ ବଳପୂର୍ବକ ପଶି ସାମଗ୍ରୀ ଚୋରୀ ଏବଂ ପାଳିତ କୁକୁରଙ୍କୁ ଅପହରଣ ନେଇ ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ରୁଜୁ ହୋଇନାହିଁ ମାମଲା ! ତେବେ ନିଜର ଦୁଇଟି ପୋଷା କୁକୁରଙ୍କୁ ଫେରି ପାଇବା ପାଇଁ ଧାରଣା ସ୍ଥଳୀ କୁ ଆସିଥିବା ପ୍ରଦ୍ୟୁମ୍ନ ଏବେ ପୋଷା ଜୀବଜନ୍ତୁ ସୁରକ୍ଷା ଆଇନ କୁ ନେଇ ଦୃଢ଼ କରିଛନ୍ତି ନିଜର ଦାବୀ ! ଏପରିକି ରାଜଧାନୀରେ ବିଶ୍ୱକପ ହକି ଆୟୋଜନ ଦୃଷ୍ଟିରୁ ବିଏମସି ଦ୍ୱାରା ସହର ମଧ୍ୟରୁ ଗାଈ ଗୋରୁ ଏବଂ ଷଣ୍ଢ ସ୍ଥାନାନ୍ତରଣକୁ ନେଇ ଉଠାଇଛନ୍ତି ପ୍ରଶ୍ନ ! ସତରେ , ଅଦ୍ଭୁତ କାରଣକୁ ନେଇ ଧାରଣାସ୍ଥଳୀକୁ ଆସିଥିବା ପ୍ରଦ୍ୟୁମ୍ନ ଙ୍କ ବୟାନରେ ଅଛି ବାସ୍ତବତା ! ଉପସ୍ଥାପନ କରୁଥିବା ପ୍ରତିଟି ତଥ୍ୟରେ ଅଛି ଦମ ! ଭିନ୍ନ କିନ୍ତୁ ଯଥାର୍ଥ ଦାବୀ ନେଇ ଧାରଣା ଦେଉଥିବା ପ୍ରଦ୍ୟୁମ୍ନଙ୍କୁ କିଏ ଦେବ ନ୍ୟାୟ !

Exit mobile version