Site icon Awaj Media

ଜନମଙ୍ଗଳ ପରିଷଦ ପକ୍ଷରୁ ସଫେଇ କର୍ମଚାରୀ ଙ୍କୁ ଶୀତ ବସ୍ତ୍ର ବଣ୍ଟନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଭୁବନେଶ୍ୱର ସହରକୁ ପରିଷ୍କାର ପରିଚ୍ଛନ୍ନ ରହିବା ସହ ନିୟମିତ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀଙ୍କୁ ଭୁବନେଶ୍ୱର ର ଅଗ୍ରଣୀ ସାମାଜିକ ସଂଗଠନ ଜନମଙ୍ଗଳ ପରିଷଦ ପକ୍ଷରୁ ଶୀତ ବସ୍ତ୍ର ଓ ବିସ୍କୁଟ ବଣ୍ଟନ କରାଯାଇଛି । ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନା ଙ୍କ ତତ୍ତ୍ଵାବଧାନରେ ଲୋୟର ପିଏମଜି ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ! ଅନୁଷ୍ଠାନର ସଦସ୍ୟ ନିରଞ୍ଜନ ସାହୁ, ଲକ୍ଷ୍ମଣ ଦାସ, ସୁକାନ୍ତି ମହାନ୍ତି, ମିଲନ୍ ପ୍ରଧାନ, ଅଭିନାଶ ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Exit mobile version