Site icon Awaj Media

କୁଟା କାମୁଡି ରାସ୍ତାରେ ଶୋଇଲେ ନବନିର୍ମାଣ କୃଷକ ସଂଗଠନର ସଦସ୍ୟ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନବ ନିର୍ମାଣ କୃଷକ ସଂଗଠନ ତରଫରୁ ନୟାଗଡ଼ ଜିଲ୍ଲାପାଳ ଙ୍କ କାଯ୍ୟାଳୟ ସମ୍ମୁଖରେ ଧାରଣା । ଧାନମଣ୍ଡିରେ ଚାଷିଙ୍କ ଠାରୁ ଧାନ ଜୋର୍ ଜବରଦସ୍ତ ଆଠ ରୁ ଦଶ କେଜି କାଟିବା, ମିଲର ଙ୍କ ମନମାନି , ସମବାୟ ସମ୍ପାଦକ କଲେକ୍ଟର ଙ୍କ ନିର୍ଦ୍ଦେଶକୁ ପାଳନ ନକରିବା, ମିଲର ମାଲିକ ଓ ସମ୍ପାଦକ ଅସାଧୁ ମେଣ୍ଟ କରି ଚାଷାଙ୍କୁ ଡରାଇ ଲୁଟ କରି ଚାଲିଛନ୍ତି। କଲେକ୍ଟର ନିଜେ କହିଛନ୍ତି ମଣ୍ଡିରେ ଧାନ କଟଣି ଛଟଣି ହେବନାହିଁ କିନ୍ତୁ ତାଙ୍କ ନିର୍ଦ୍ଦେଶକୁ ମିଲର ଓ ସମ୍ପାଦକ ମାନେ ମାନୁନାହାଁନ୍ତି । ସେଥିପାଇଁ ନବ ନିର୍ମାଣ କୃଷକ ସଂଗଠନର ଡାକରାରେ ଆଜି ନୟାଗଡ଼ ଜିଲ୍ଲାପାଳ ଅଫିସ ରେ ଅଭିନବ ଉପାୟରେ ଧାରଣା ଦେଲେ ଚାଷୀ ।ଜିଲ୍ଲାପାଳ ଙ୍କ କାଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଯାଉଥିବା ବେଳେ ପୋଲିସ ଚାଷୀ ମାନଙ୍କୁ ଅଟକାଇ ଥିଲା, ତା’ପରେ ଚାଷୀ ମାନେ ପାଳ କାମୁଡି ଆନ୍ଦୋଳନ କରିଥିଲେ । ଚାଷୀ ମାନେ ପାଟିରେ ପାଳ କାମୁଡି ଲଣ୍ଠନ ଧରି ନିଜର ହାତକୁ ଗାମୁଛା ରେ ବାନ୍ଧି ଯେତେବେଳେ କଲେକ୍ଟର ଅଫିସ ଯିବାକୁ ଚାହିଁଲେ, ସେତେବେଳେ ପୋଲିସ କଲେକ୍ଟର ଅଫିସ ଗେଟ୍ ବାହାରେ ଅଟକାଇ ରଖିଲା, ଯଦ୍ବାରା ଚାଷୀ ମାନେ ବାଧ୍ୟ ହୋଇ ରାଜ ରାସ୍ତାରେ ଶୋଇ କରି ଆନ୍ଦୋଳନ କଲେ। ତହସିଲଦାର ନିଜେ ଆନ୍ଦୋଳନ ସ୍ଥଳକୁ ଆସି କହିଲେ କି ଚାଷୀ ମାନଙ୍କର ପ୍ରତିନିଧି ଦଳ ଆସି ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଚାଷୀମାନେ ତହସିଲଦାର ଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ।ଜିଲ୍ଲାପାଳ କାର୍ଯ୍ୟାଳୟରେ ଆଜି ନିଜେ ଜିଲ୍ଲାପାଳ ଉପସ୍ଥିତ ନଥିବାରୁ , ଏଡିଏମ ଙ୍କ ସହିତ ସିଏସଓ ଆନ୍ଦୋଳନ ସ୍ଥଳକୁ ଆସି ଚାଷିଙ୍କ ସାଥିରେ ଆଲେଚନା କରିଥିଲେ ଚାଷି କହିଥିଲେ କଲେକ୍ଟରଙ୍କ ନିଷ୍ପତିକୁ ମିଲର ସମବାୟ ସମ୍ପାଦକ ମାନୁ ନାହାନ୍ତି ଜିଲ୍ଲା ପ୍ରଶାସନ କରୁଛି କଣ ? କାହିଁକି ସମ୍ପାଦକ କୁ ସସ୍ପେଣ୍ଡ କରୁ ନାହାନ୍ତି ! ଅସାଧୂ ମିଲର ଲାଇସେନ୍ସ କ୍ୟାନଶଲ କରୂନାହାନ୍ତି ଅଧିକାରୀ କାହିଁକି ! ମଣ୍ଡି ପରିଦର୍ଶନ କରୁନାହାନ୍ତି ଏଡିଏମ।ଚାଷିଙ୍କର ସବୁ ଦାବି ମାନି କଲେକ୍ଟର ଙ୍କ ସାଥିରେ ଆଲୋଚନା କରିବେ। କଲେକ୍ଟର , ଏଡିଏମ ଓ ସିଏସଓ ସମସ୍ତେ ମଣ୍ଡି ପରିଦର୍ଶନ କରିବେ । ମନଇଚ୍ଛା ଲୁଟୁ କରୁଥିବା ମିଲର ମାଲିକ ଓ ସମ୍ପାଦକ ଉପରେ କର୍ଯ୍ୟାନୁଷ୍ଠାନ କରିବେ ବୋଲି ପ୍ରତିଶୃତି ଦେଲେ । ଧାନ ମଣ୍ଡୀର ପ୍ରଥମ ପର୍ଯ୍ୟାୟ ରେ ଜିଲ୍ଲାର ଭାପୁର ବ୍ଲକ ଚକ୍ରଧର ପ୍ରସାଦ, ନିମାଣି, ଖଣ୍ଡପଡ଼ା ବ୍ଲକର ଜଗନ୍ନାଥ ପ୍ରସାଦ, ନୟାଗଡ ବ୍ଲକର ଇଟାମାଟି ଓ ବାଲୁଗାଁ ଆଦି ସ୍ଥାନରେ ପ୍ରଶାସନ ଉପସ୍ଥିତ ରହି ଧାନ କିଣାଯିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରସାଶନିକ ଟିମ୍ ସବୁ ମଣ୍ଡି ବୁଲିବେ।ଆଜିର ଏହି ଆନ୍ଦୋଳନ ନେତୃତ୍ବ ନେଇଥିଲେ ଜିଲ୍ଲା ସଂଯୋଜିକା ମମତା ନାଥ , ନୟାଗଡ଼ ପ୍ରଭାରୀ ଆଶିଷ କୁମାର ବେହେରା, ଚାଷୀ ନେତା ସନ୍ତେଶ ପ୍ରଧାନ , ଜିଲ୍ଲା ସଂଯୋଜକ ମହେଶ୍ୱର ଜେନା, ଜିଲ୍ଲା ସହ ସଂଯୋଜକ ରଞ୍ଜିତ ଦଳବେହେରା, ପ୍ରଶନ୍ନ ପ୍ରଧାନ , ଅଭିମନ୍ୟୁ ଗୁମାନସିଂ , ଅଜୟ ମହାନ୍ତି , କୁଳମଣି ନାୟକ , ରମେଶ ଚନ୍ଦ୍ର ପଣ୍ଡା , ଗୋବିନ୍ଦ କହଲ ସିଂ , ଶିଶିର କୁମାର ଭଞ୍ଜ, ପୂର୍ଣ୍ଣ ଚନ୍ଦ୍ର କର, ବିରଞ୍ଚି ନାରାୟଣ ପ୍ରଧାନ, ଭାସ୍କର ଚନ୍ଦ୍ର ଜେନା, ଜୟକୃଷ୍ଣ ମହାରଣା, ବନମାଳୀ ମହାପାତ୍ର , ଯଦୁମଣି ବଳିଆରସିଂ ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।

Exit mobile version