ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଗଜପତି ଉତ୍ସବ ଓ ପଲ୍ଲୀଶ୍ରୀ ମେଳା 2022 ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ନିର୍ଦ୍ଦେଶକ ଆଦର୍ଶ ବିଦ୍ୟାଳୟ ଓଡ଼ିଶା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟ ଜଙ୍ଗଲ ସଂରକ୍ଷଣ ଅଧିକାରୀ, ଜିଲ୍ଲା ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ, ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଗଜପତି ଏସପି ସ୍ୱାତି ଏସ କୁମାର, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଖେଳାଳୀ କିଶୋର ଚନ୍ଦ୍ର ରଥ, ପର୍ବତରୋହି ଗଣେଶ ଜେନା, ସୁଶ୍ରୀ ପୂଜା ଅଶ୍ୱିନୀ ନାୟକ ପାରା ଆଥଲେଟିକ ପ୍ରମୁଖ ମଞ୍ଚାସିନ ଥିଲେ । ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ଉତ୍କଳ ହିତୈଷିଣି ସମାଜ ଦ୍ବାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ପର୍ବତରୋହି ଗଣେଶ ଜେନା, ଖେଳାଳୀ କିଶୋର ଚନ୍ଦ୍ର ରଥ, ଆଥଲେଟିକ ସୁଶ୍ରୀ ପୂଜା ଅଶ୍ୱିନୀ ପ୍ରମୁଖଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ଉପଢୌକନ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସିଡି ଉନ୍ମୋଚନ କରାଯାଇଥିଲା । ଶେଷରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା କଳାକାର ମାନେ ନିଜର କଳା ପରିବେଷଣ କରିଥିଲେ ।
ରାସେଶ୍ୱରୀ ପାତ୍ରଙ୍କ ସ୍ମୃତିରେ ଉଦ୍ଦେଶ୍ୟରେ ଗଜପତି ଉତ୍ସବ ଓ ପଲ୍ଲୀଶ୍ରୀ ମେଳାର ତୃତୀୟ ସନ୍ଧ୍ୟା !!!

