Site icon Awaj Media

ନେତାଜୀ ଜୟନ୍ତୀରେ ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ଓଡ଼ିଆ ମାଟିର ପୁଅ ସତ୍ୟ ସୂତାର !!!

Spread the love

ଭୁବନେଶ୍ବର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ୍ ଦେଶପ୍ରେମୀ, ତେଜସ୍ୱୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଓଡ଼ିଶା ମାଟିର ପୁଅ ସତ୍ୟ ସୁତାର ଚଳିତ ବର୍ଷ ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଗତ ବର୍ଷ ଭିଏତନାମାରେ ନେତାଜୀଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ସେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଚଳିତ ବର୍ଷ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକର ରୟାଲ ହୋଟେଲ ସମୁଖରେ ଏହି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି l ସୁଭାଷ ବୋଷ ଚନ୍ଦ୍ର ବୋଷ ରୟାଲ ହୋଟେଲ ରେ ପାଖାପାଖି ତିନି ମାସ ରହି, ସେଠାରେ ଥିବା ଏକ ପଡିଆରେ , ଇଣ୍ଡିଆନ ନେସନାଲ ଆର୍ମିକୁ ଟ୍ରେନିଂ ଦେଉଥିଲେ l ଭାରତୀୟ ସମୟ ସକାଳ 4 ଟା 30ମିନିଟ ସମୟରେ ଏହି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି l ସୂଚନା ଅନୁଯାୟୀ , ସତ୍ୟ ସୂତାର ଓଡିଶା ଛାଡି ବିଦେଶ ଆସିବାର ପାଖା ପାଖି ୧୨ ରୁ ୧୩ବର୍ଷ ହୋଇ ଗଲାଣି । ନେତାଜୀଙ୍କ ଜୟନ୍ତୀରେ ନେତାଜୀ ଯେଉଁ ଦେଶ ଗୁଡ଼ିକୁ ଭାରତର ସ୍ୱାଧୀନତା ପାଇଁ ଗସ୍ତ କରିଥିଲେ , ସେ ସେହି ଦେଶ ଗୁଡ଼ିକୁ ନେତାଜୀଙ୍କ ଜନ୍ମ ଦିନରେ ବିଦେଶ ଯାଇ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇଁ ଚିନ୍ତା କରିଥିଲେ । ସେଥିପାଇଁ ନେତାଜୀ ଯେଉଁ ଦେଶ ଗୁଡିକୁ ଯାଇ ଭାରତକୁ ସ୍ୱାଧୀନ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ସେ ସବୁ ଦେଶ ଗୁଡିକୁ ଯାଇ ତାଙ୍କ ଜନ୍ମଦିନରେ ସୂତାର ଶ୍ରଦ୍ଧାଞ୍ଜଳୀ ଜଣାଇବା ଆରମ୍ଭ କରିଛନ୍ତି । ନେତାଜୀଙ୍କୁ ସମ୍ମାନ ଜଣେଇବା ପାଇଁ ଗତ ବର୍ଷ ଠାରୁ ସେ ବିଦେଶ ମାଟିରେ ଏଭଳି ଅଭିଯାନ ଆରମ୍ଭ କରିଛନ୍ତି ।

Exit mobile version