Site icon Awaj Media

ପାରଳାରେ ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଭାରତର ମହାନ୍ ଜନ ନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷ ତଥା ପଶ୍ଚିମ ଓଡ଼ିଶାର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଅନୁଷ୍ଠାନର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷ ଶ୍ରୀମତୀ ନିର୍ମଳା ସେଠୀ, ୧୧ନଂ ୱାର୍ଡ କାଉନସିଲର ଶ୍ରୀମତୀ ପ୍ରସନ୍ନା ପାତ୍ର , ସ୍ଥାନୀୟ ଦେବୀ ମଠ ମହନ୍ତ ପୂଜ୍ୟଶ୍ରୀ ରାମାନନ୍ଦ ଦାସ ମହାରାଜ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ. ଶଙ୍କର ପ୍ରସାଦ ବକ୍ସି, କୋଷାଧ୍ୟକ୍ଷ ହରିମୋହନ ପଟ୍ଟନାୟକ, ସଦସ୍ୟ ବିନୋଦ ଚନ୍ଦ୍ର ଜେନା ଓ ସଦସ୍ୟା ଶ୍ରୀମତୀ ସୁଷମା ଦାଶ, ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଓ ସଂପାଦକ ରମେଶ ଚନ୍ଦ୍ର ସାହୁକାର ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ମାନେ ବୀର ସଂଗ୍ରାମୀ ମାନଙ୍କର ବୀରତ୍ୱର ଗୁଣଗାନ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ବାର୍ଷିକ ଖେଳକୁଦ ପ୍ରତିଯୋଗିତା, ଅନ୍ୟାନ୍ୟ ପ୍ରତିଭା ପ୍ରଦର୍ଶନ ପ୍ରତିଯୋଗିତା, ବୃତ୍ତି ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ଓ ବିଦ୍ୟାଳୟର ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ସହାୟତା ରେ ପରିଚାଳିତ ହୋଇଥିଲା । କାର୍ଯ୍ୟକ୍ରମରେ ସହ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢ଼ୀ ପୁରସ୍କାର ବିତରଣ ପରିଚାଳନା କରିଥିବା ବେଳେ ସଂସ୍କୃତ ଆଚାର୍ଯ୍ୟ ଗୋପାଳ କୃଷ୍ଣ ପଣ୍ଡିତ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version