କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ପରାବିଲ ଗ୍ରାମର ଦୁଷ୍ମନ୍ତ ପ୍ରଧାନଙ୍କର ଦୁର୍ଘଟଣାରେ ମୃତ୍ୟୁ । ଏହାର ପ୍ରତିବାଦରେ ସ୍ଥାନୀୟ ଗ୍ରାମବାସୀଙ୍କ ତରଫରୁ ରାସ୍ତାରୋକ । ସୂଚନା ମୁତାବକ ଦୁଷ୍ମନ୍ତ ସବୁଦିନ ପରି ଆଜି ମଧ୍ୟ ନିଜ କର୍ମକ୍ଷେତ୍ରରୁ ସକାଳୁ କାର୍ଯ୍ୟ ସାରି ଘରକୁ ଫେରୁଥିଲେ । ଜିନ୍ଦଲ କମ୍ପାନୀର ମନମୁଖୀ କାର୍ଯ୍ୟ ଯୋଗୁଁ ଚାଲିଗଲା ତାଙ୍କ ଜୀବନ । ଜିନ୍ଦଲ କମ୍ପାନୀ ରାସ୍ତା କଡ଼ରେ ପାଇପ ଲାଇନ ପାଇଁ ପ୍ରାୟ ଦଶ ଫୁଟ ଗଭୀରତାରେ ଗାତ ଖୋଳି ରଖିଛି । ଲୋକଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରିନାହିଁ, ଯାହା ଫଳରେ ଦୁଷ୍ମନ୍ତ ପ୍ରଧାନଙ୍କର ଜୀବନ ଚାଲିଗଲା । ଏ ଘଟଣା ଘଟିଛି ଗହମ ଗ୍ରାମର ଆମ୍ବ ତୋଟା ଠାରେ, ଖବର ପାଇ ତାମଡା ଅଧକ୍ଷ ତଥା ଶ୍ରଦ୍ଧା ସେବା ସହଯୋଗ ର ଅଧକ୍ଷ ଇଂ ଅବନୀକାନ୍ତ ସାହୁ ଘଟଣା ସ୍ଥଳକୁ ଯାଇ ପ୍ରଶାସନିକ ଅଧିକାରୀ ଓ JSPL କର୍ତ୍ତୃପକ୍ଷଙ୍କ ସହିତ କଥା ହୋଇ JSPL କମ୍ପାନୀ ତରଫରୁ ତାଙ୍କ ପରିବାରକୁ ଅନୁକମ୍ପା ରାଶି ଭାବେ ଏଗାର ଲକ୍ଷ ଟଙ୍କା, ଶୁଦ୍ଧିକ୍ରିୟା ବାବଦକୁ ଦୁଇ ଲକ୍ଷଟଙ୍କା ଓ ତାଙ୍କ ସ୍ତ୍ରୀ ଙ୍କୁ ସ୍ଥାୟୀ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ମାସିକ ୧୦ ହଜାର ଟଙ୍କା ରାଶି ଯୋଗାଇ ଦେବା ପାଇଁ କମ୍ପାନୀ ତରଫରୁ ଅନୁକମ୍ପା ରାଶି ଘୋଷଣା ହୋଇଛି । ଖବର ସଂଗ୍ରହ ସମୟରେ ଅପରାହ୍ନ ୩ ଟା ପର୍ଯ୍ୟନ୍ତ କୌଣସି ନିର୍ବାଚିତ ପ୍ରତିନିଧିଙ୍କୁ ଦେଖିବାକୁ ମିଳିନଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଥିଲା ।
ଜିନ୍ଦଲ କମ୍ପାନୀର ମନମୁଖୀ କାର୍ଯ୍ୟ ଯୋଗୁଁ ଚାଲିଗଲା ଜୀବନ !!!

