Site icon Awaj Media

ଅଙ୍ଗନବାଡି ଡ୍ରେସ କୁ ନେଇ କେଁ ପୁରାଉଛି ସରକାର !!!

Spread the love

ଭଦ୍ରକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସରକାର ଏବଂ ପ୍ରଶାସନ ତରଫରୁ ପ୍ରତିଶୃତି ପାଇବା ପରେ ଧାରଣାରୁ ଉଠି କାର୍ଯ୍ୟରେ ଯୋଗ ଦେଲେଣି ଅଙ୍ଗନବାଡି କର୍ମୀ ! ହେଲେ ସେମାନଙ୍କର ଡ୍ରେସ କୋଡ଼ କୁ ନେଇ କେଁ ପୁରାଉଛନ୍ତି ସରକାର ! ଧାରଣାରେ ଥିବା ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଅଙ୍ଗନବାଡି କର୍ମୀଙ୍କ ପରି ଶାଢୀ ପିନ୍ଧାଇ ଅଣ୍ଡା ଛତୁଆ ବଣ୍ଟନ ପାଇଁ ପ୍ରୟାସ କରିଥିଲା ପ୍ରଶାସନ ! ହେଲେ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖା ଦେବା ସହିତ ବିଭିନ୍ନ ସ୍ଥାନରେ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା ! ଏବେ ଏପରି ଏକ ଘଟଣା ପୁଣି ସାମନାକୁ ଆସିଛି , ତାହା ପୁଣି ରାଜ୍ୟ ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳରେ ! ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଳକ ଚରମ୍ପା ସେକ୍ଟର ର ଜଣେ ସ୍ବୟଂ ସହାୟକ ଦଳ ର ସଭ୍ୟ ( ହନୁମାନ ଜିଉ SHG) ଅଙ୍ଗନବାଡି ଡ୍ରେସ କୋଡ଼ ରେ ସଭାସ୍ଥଳରେ ବସିଥିଲେ ! ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କ ପ୍ରୋଗ୍ରାମ ରେ ଏହି ଭଳି SHG ମହିଳା ମାନଙ୍କୁ ଅଗଂନୱାଡି କର୍ମୀ ଡ୍ରେସ କୋଡ ପିନ୍ଧାଇ କର୍ମୀ କହି ସଂଖ୍ୟା ବଢାଯାଉଛି । ଏହି ଖଳ ପ୍ରକୃତିର ବିଚାର କୁ ବୁଝିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛି କର୍ମଚାରୀ ସଂଘ !

Exit mobile version