Site icon Awaj Media

ଗଜପତି ଉତ୍ସବ : ପ୍ରଥମ ସ୍ଥାନରେ ଉଦ୍ୟାନ ବିଭାଗ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଅନୁଷ୍ଠିତ ହୋଇଥିବା ଗଜପତି ଉତ୍ସବର ଶେଷ ଦିନରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉଦ୍ୟାନ ବିଭାଗକୁ ପ୍ରଥମ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାର ଉଦ୍ୟାନ ବିଭାଗର ଉଦ୍ୟାନ ଉପ ନିର୍ଦ୍ଦେଶକ ସୁଶାନ୍ତ ରଞ୍ଜନ ଦାଶଙ୍କୁ ପ୍ରଦାନ କରାଯାଇଛି ।ପୁରସ୍କାର ପ୍ରଦାନ ବେଳେ ସହକାରୀ ଉପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାତ୍ର, ସହକାରୀ କୃଷି ଅଧିକାରୀ ଅନୀଲ କୁମାର ସେଠୀ, ଗୁମ୍ମା ବ୍ଳକ, ଗୋଶାଣୀ ବ୍ଳକ ଓ କାଶୀ ନଗର ବ୍ଳକ ର ସହକାରୀ ଉଦ୍ୟାନ ଅଧିକାରୀ ଉପସ୍ଥିତ ଥିଲେ । ଗଜପତି ଉତ୍ସବରେ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ବିଭାଗର ଷ୍ଟଲ ମାନ ଖୋଲା ଯାଇଥିଲା । ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କୁ ପ୍ରଦର୍ଶିତ କରାଯାଇଥିଲା ! ଯାହା ଫଳରେ ଜନ ସାଧାରଣ ଜାଣି ପାରିଲେ । ସେହିଭଳି ଉଦ୍ୟାନ ବିଭାଗ ପକ୍ଷରୁ ସରକାର ଙ୍କ ବିଭିନ୍ନ ଯୋଜନା ପରିଦର୍ଶିତ କରି ଜନ ସାଧାରଣ ଙ୍କ ପ୍ରିୟପାତ୍ର ହୋଇ ପାରିଥିବାରୁ ପ୍ରଥମ ପୁରସ୍କାର ପାଇପାରିଛି ।

Exit mobile version