Site icon Awaj Media

ସାମ୍ବାଦିକ ଆମେ ସମ୍ବାଦିକ ଗୀତରେ ନାଚିଲେ ଗଜପତି ପ୍ରେସ କ୍ଳବର ସାମ୍ବାଦିକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଗଜପତି ଷ୍ଟାଡିୟମ ଠାରେ ଚାଲିଥିବା ଗଜପତି ଉତ୍ସବର ଶେଷ ରଜନୀରେ ଗଜପତି ପ୍ରେସ କ୍ଳବ ପକ୍ଷରୁ ସାମ୍ବାଦିକ ଆମେ ସାମ୍ବାଦିକ ଗୀତରେ ନୃତ୍ୟ ପରିବେଷଣ କରିଥିଲେ ପ୍ରେସ କ୍ଲବ ର ସଦସ୍ୟ । ଏହି ନୃତ୍ୟ ପରିବେଷଣ କରି ହଜାର ହଜାର ଦର୍ଶକଙ୍କ ମନ ମୋହିଥିଲେ । ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ପ୍ରଦୀପ କୁମାର ପ୍ରଧାନ ଓ ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ସାମ୍ବାଦିକ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ସାମ୍ବାଦିକଙ୍କ ଏହି ନୃତ୍ୟ ଦେଖି ପ୍ରଶଂସା ର ସୁଅ ଛୁଟୁଛି ।

Exit mobile version