Site icon Awaj Media

ରାଜସୁନାଖଳା ଭକ୍ତ ଚରଣ କ୍ଳବ ପରିସରରେ “ରାଜ୍ୟ ସ୍ତରୀୟ ସୂଚନା ଅଧିକାର କର୍ମଶାଳା” ଅନୁଷ୍ଠିତ !!!

Spread the love

ରାଜସୁନାଖଳା ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ରାଜସୁନାଖଳା ଭକ୍ତ ଚରଣ କ୍ଳବ ପରିସରରେ “ରାଜ୍ୟ ସ୍ତରୀୟ ସୂଚନା ଅଧିକାର କର୍ମଶାଳା” ଅନୁଷ୍ଠିତ ! ନେତାଜୀ ଜୟନ୍ତୀ ଅବସରରେ ଉତ୍କଳୀୟମ ଫାଉଣ୍ଡେସନ ଓ ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଭକ୍ତ ଚରଣ କ୍ଳବ ପରିସରରେ “ରାଜ୍ୟ ସ୍ତରୀୟ ସୂଚନା ଅଧିକାର କର୍ମଶାଳା” କାର୍ଯ୍ୟକ୍ରମ, ଉତ୍କଳୀୟମ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଆଇନଜୀବି ରାଜୀବ ଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଓ ଓଡିଶା ସୂଚନା ଅଧିକାର ଅଭିଯାନର ନୟାଗଡ ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ସାହୁଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ହୋଇଯାଇଛି l

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ସଭାପତି ପ୍ରଦୀପ କୁମାର ପ୍ରଧାନ ,ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ତଥା ସମାଜର ରଣପୁର ବ୍ଲକ ପ୍ରତିନିଧି କିଶୋର କୁମାର ରାଉତରାୟ, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଆଇନଜୀବି ତଥା ରାଜସୁନାଖଳା ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗିରିଜାକାନ୍ତ ମହାପାତ୍ର, ନୟାଗଡ଼ ଜିଲ୍ଲା ଲଷ୍ମୀପ୍ରସାଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଆଇନଜୀବି ସୌମ୍ୟ ରଞ୍ଜନ ପ୍ରଧାନ, ଯୁବ ସାମାଜିକ କର୍ମୀ ଭକ୍ତି ରଞ୍ଜନ ପଲେଇ, ଆଲୋକ ପାଣିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାମାଜିକ କର୍ମୀ, ସାମ୍ବାଦିକ ଓ ସୂଚନା ଅଧିକାର କର୍ମୀ ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇ “ରାଜ୍ୟ ସ୍ତରୀୟ ସୂଚନା ଅଧିକାର କର୍ମଶାଳା” କାର୍ଯ୍ୟକ୍ରମରେ ସାମିଲ ହୋଇଥଲେ । ଆଗାମୀ ଦିନରେ ଉତ୍କଳୀୟମ ଫାଉଣ୍ଡେସନ ଓ ଓଡିଶା ସୂଚନା ଅଧିକାର ଅଭିଯାନର ମିଳିତ ଉଦ୍ୟମ କ୍ରମେ ଆହୁରି ପରିବେଶ ସଚେତନତା କାର୍ଯ୍ୟକ୍ରମ ଓ ବୃକ୍ଷରୋପଣ ଓ ଜନାଭିମୁଖୀ କାର୍ଯ୍ୟକ୍ରମ ବ୍ୟାପକ ଭାବରେ କରାଯିବା ବୋଲି ଅତିଥି ମାନେ ମନ୍ତବ୍ୟ ଦେଇଥଲେ । ତତସହିତ ଉକ୍ତ କାର୍ଯ୍ୟକ୍ରମରେ ନବ କିଶୋର ସାଥୁଆ, ଶରତ ସାହୁ, ସନ୍ତୋଷ କୁମାର ସାହୁ, ସୁଚିତ୍ରା ବେହେରା,ସାମ୍ବାଦିକ ପ୍ରଭାତ ରଥ, ଯଦୁନାଥ ସାମନ୍ତରାୟ, ସୁଶୀଲ ରଣା, ରମେଶ ପ୍ରଧାନ, ଅସିତ ପତି, ଉମାକାନ୍ତ ରଣସିଂହ, ଗଦାଧର ବଳିୟାରସିଂହ, ପୂର୍ଣ୍ଣଚନ୍ଦ୍ର ସେଠି ପ୍ରମୁଖ ସାମିଲ ହୋଇଥିଲେ l

Exit mobile version