ଗୁଡ଼ୁମ ଠାରେ ବିଦ୍ୟୁତ କର୍ମଚାରୀଙ୍କ ବିଶାଳ ସମାବେଶ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ବ୍ଲକର ଦୁର୍ଗାପୁର ଗ୍ରାମ ପଞ୍ଚାୟତର ଗୁଡ଼ୁମ ଗ୍ରାମର ଧାନମଣ୍ଡି ଠାରେ ପାଖାପାଖି 9 ଟି ଜିଲ୍ଲାର 20 ଟି ଡିଭିଜନର ପାଖାପାଖି 500 ରୁ ଉର୍ଦ୍ଧ କର୍ମଚାରୀଙ୍କ ବିଶାଳ ସମାବେଶ ଦେଖିବାକୁ ମିଳିଥିଲା l ଦୀର୍ଘ ଦୁଇବର୍ଷ ହେବ ଟାଟା ପାୱାର କିପରି ଭାବରେ ଶ୍ରମିକ ଶୋଷଣ କାର୍ଯ୍ୟପନ୍ଥା ଆପଣାଇଛି, ଯାହାର ଫଳ ସ୍ୱରୂପ ଶ୍ରମିକ ମାନଙ୍କୁ ନା ମିଳୁଛି ଉପଯୁକ୍ତ ପାରିଶ୍ରମିକ, ନା ମିଳୁଛି ଚାକିରିର ସ୍ଥାୟୀତ୍ୱ l କର୍ମଚାରୀ ମାନେ ପ୍ରତିଟି ମୁହୂର୍ତ୍ତରେ ଉପଭୋକ୍ତାଙ୍କ ପାଇଁ ପରିଶ୍ରମ କରୁଥିଲେ ହେଁ ନା ସମାଜରେ ସେମାନଙ୍କୁ ସମ୍ମାନ ମିଳୁଛି l ଏହିପରି ଭାବରେ ଅନେକ ଗୁଡିଏ ବିଷୟକୁ ନେଇ ଆଲୋଚନା ହୋଇଥିଲା l ଯଦି ସରକାର କିମ୍ବା ଟାଟା ପାୱାର ଏହା ଉପରେ ପଦକ୍ଷେପ ନନିଅନ୍ତି,ତେବେ ଆଗାମୀ ଫେବୃଆରୀ ମାସରେ ଟାଟା ପାୱାର ବିରୋଧରେ ସମସ୍ତ ବିଦ୍ୟୁତ କର୍ମଚାରୀ ମିଶି ଭୁବନେଶ୍ୱରରେ ଧାରଣା ଦେବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ନିଷ୍ପତି ନେଇଛନ୍ତି l

Leave a Reply

Your email address will not be published. Required fields are marked *