Site icon Awaj Media

ସୁକିନ୍ଦା ବାର ଆସୋସିଏସନ ର ବାର୍ଷିକ ଉତ୍ସବ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା , ସୁକିନ୍ଦା ବାର ଆସୋସିଏସନ ର ବାର୍ଷିକ ଉତ୍ସବ ସ୍ଥାନୀୟ ଗ୍ରାମ ନ୍ୟାୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ରାଧାକୃଷ୍ଣ ପଟନାୟକ ମୁଖ୍ୟ ଅତିଥି, ଯାଜପୁର ଜିଲା ଦୌରା ବିଚାରପତି ଦାମୋଦର ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଆସୋସିଏସନର ସଭାପତି ବିବେକାନନ୍ଦ ବୋଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ପାଦକ ମାନିନୀ ରଞ୍ଜନ ପଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ବର୍ଷୀୟାନ ଓକିଲ ଜୟକୃଷ୍ଣ ବେହୁରା ଓ ନରେନ୍ଦ୍ର ମହାନ୍ତଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା l ସବ ଜଜ ତଥା ରେଜିଷ୍ଟ୍ରlର ଦୁର୍ବାସା ଦୁର୍ଗା, ସୁକିନ୍ଦା ଗ୍ରାମ ନ୍ୟାୟାଳୟର ନ୍ୟାୟଧିକାରିଣୀ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗ ମାଜିଷ୍ଟ୍ରେଟ ବିଜୟଲକ୍ଷ୍ମୀ ମହାପାତ୍ର, ସହକାରୀ ସରକାରୀ ଓକିଲ ଚନ୍ଦ୍ରକାନ୍ତ ପାତ୍ର, ଆଡ଼ଭୋଜେଟ ପ୍ରଶାନ୍ତ କୁମାର ବଳିୟାର ସିଂ, ସୁଧାଂଶୁ ଶେଖର କର, ପ୍ରହଲ୍ଲାଦ ମଲ୍ଲିକ, ସୁବାଷ ଚନ୍ଦ୍ର ମହାନ୍ତ, ତପସ୍ୱିନୀ ମଲିକ, ଚିତ୍ତରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

Exit mobile version