Site icon Awaj Media

ବାଂଲାଦେଶରେ ଉଦଘାଟିତ ହେଲା ଚିନ୍ମୟ ଫାଉଣ୍ଡେସନର ରାଷ୍ଟ୍ରୀୟ ଶାଖା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା ବାବଲପୁରସ୍ଥିତ ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ବିଶ୍ଵର ବିଭିନ୍ନ ଦେଶରେ ଶାଖା କାର୍ଯ୍ୟାଳୟ ଖୋଲା ଯାଉଥିବାବେଳେ, ବାଂଲାଦେଶର ରାଷ୍ଟ୍ରୀୟ ଶାଖା କାର୍ଯ୍ୟାଳୟ ସ୍ଥାନୀୟ ଶ୍ରୀକ୍ରୀଷ୍ଣାପୁର ଠାରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ବାଂଲାଦେଶର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ସୁବୁଜ ରାମଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବରେ କାୟସ ଚୌଧୁରୀ, ଅଞ୍ଜନା ରାଣୀ ରବିଦାସ, ମିରନ୍ ରବିଦାସ୍, ପଞ୍ଚ ଗୁଲାମ ରବିଦାସ , ସଂଜିତ୍ ରବିଦାସ୍, ରଞ୍ଜନ ରବିଦାସ, ପାପୋନ ରବିଦାସ, ସାମୋଲ ରବିଦାସ, ସାୱନ୍ ରବିଦାସ, ଏମୋନ ରବିଦାସ, ରାଜୁ ରବିଦାସ ,ସୁରଜ୍ ରବିଦାସ, ସୁବାଷ ରବିଦାସ, ଆପୋନ ରବିଦାସ, ରମୁନି ରବିଦାସ, ପ୍ରୀତି ରାଣୀ ରବିଦାସ, ଶିଳ୍ପୀ ରାଣୀ ରବିଦାସ୍, କାଦିର ମିଆଁ, ବବୁଲ ମିଆଁ, ଟୋଟା ରବିଦାସ , ସିଜିଲ ରବିଦାସ, ସୋଜଲ୍ ରବିଦାସ, ମିତୁନ ରବିଦାସ, ସୋନଦା ରାଣୀ ରବି ଦାସ , ବୈଶାଖୀ ରାଣୀ ରବିଦାସ୍, ପୂଜା ରାଣୀ ରବିଦାସ, ଶ୍ରିଜନ କୁମାର ପ୍ରୋଲୟ, ନନ୍ଦିନୀ ରାଣୀ ପ୍ରୋନେତା,ସିପୁନ ରବିଦାସ, ସୋଙ୍କାଏ ରବିଦାସ ଆଦି ଯୋଗଦାନ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ଜନ୍ମ ଦିବସ ପାଳନ ସହ ମନ୍ଦିରରେ ପୂଜା ଅର୍ଚ୍ଚନା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଖୁବ୍ ଶୀଘ୍ର ବାଂଲାଦେଶର ଆଠ ଗୋଟି ଡିଭିଜନରେ ଏହାର ଆଞ୍ଚଳିକ ଶାଖା ଉଦ୍ଘାଟିତ ହେବାସହ ସମଗ୍ର ବିଶ୍ୱର ସମସ୍ତ ଦେଶ ମାନଙ୍କରେ ଏହାର ଶାଖା ଖୋଲାଯିବ ବୋଲି ଫାଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି ।

Exit mobile version