Site icon Awaj Media

ସୁକିନ୍ଦା ବ୍ଲକ କଂଗ୍ରେସ ତରଫରୁ ” ହାଥ ପେ ହାଥ ଯୋଡ ଅଭିଯାନ ” !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଅଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ଆଜି ସୁକିନ୍ଦା ବ୍ଲକ କଂଗ୍ରେସ ତରଫରୁ “ହାଥ ପେ ହାଥ ଯୋଡ ଅଭିଯାନ” ଆରମ୍ଭ ହୋଇଛି l କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇ କାଶ୍ମୀର ପର୍ଯ୍ୟନ୍ତ ଚାଲିଥିବା “ଭାରତ ଯୋଡ ପଦଯାତ୍ରା” ଆସନ୍ତା ୩0 ତାରିଖ ଶ୍ରୀନଗର ଠାରେ ସମାପନ ହେବ l ଏ ପଦଯାତ୍ରାର ମହତ୍ୱକୁ ସର୍ବ ଭାରତୀୟ ସ୍ତରରେ ଅଖିଳ ଭାରତ କଂଗ୍ରେସ କମିଟି ଜାନୁଆରୀ ୨୬ ତାରିଖ ଠାରୁ ୨ ମାସ ପର୍ଯ୍ୟନ୍ତ ପ୍ରାଦେଶିକ, ଜିଲ୍ଲା ଏଵଂ ବ୍ଲକ ସ୍ତରରେ “ହାଥ ପେ ହାଥ ଯୋଡ ଅଭିଯାନ” ଜରିଆରେ ପାଳନ କରି ପଞ୍ଚାୟତ ତଥା ବୁଥ୍ ସ୍ତରରେ କେନ୍ଦ୍ର ସରକାରଙ୍କ ଜନ ବିରୋଧି ନିତିକୁ ସାଧାରଣ ଜନତାଙ୍କୁ ଅବଗତ କରାଯିବ l ଏହି ଅଭିଯାନ ସୁକିନ୍ଦା ରଥଛକ ଠାରୁ ବ୍ଲକ କଂଗ୍ରେସ ସଭାପତି ରଂଜିତ ରାଜଙ୍କ ନେତୃତ୍ୱରେ ବାହାରି ସୁକିନ୍ଦା ପଂଚାୟତ, ଆମ୍ପୋଳବା ଏବଂ ଖରଡ଼ି ଠାରେ ସମାପନ ହୋଇଥିଲା l ଏହି ଅଭିଯାନରେ ସୁକିନ୍ଦାର ପୂର୍ବତନ ବିଧାୟକ ଶରତ ରାଉତ, ପର୍ଯ୍ୟବେକ୍ଷକ ମାନସ କର, ମହିଳା କଂଗ୍ରେସ ସଭାନେତ୍ରୀ ସ୍ୱପ୍ନା ବେହୁରା, ପ୍ରଦେଶ ମହିଳା କଂଗ୍ରେସ ସମ୍ପାଦିକା ସ୍ବର୍ଣ୍ଣଲତା ବାନରା, ଝରଣା ମହାନ୍ତ, ପ୍ରଦେଶ କଂଗ୍ରେସ ସଭ୍ୟ ଜନ୍ମେଞ୍ଜୟ ବଲସାମନ୍ତ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ରାଇଚରଣ ମହାନ୍ତି, ଗୋଲକ ବିହାରୀ ସାହୁ, ସୁବ୍ରତ ବେହୁରା, ଅଜୟ ମଲ୍ଲିକ, ସନ୍ତୋଷ ମିଶ୍ର ଓ ସୂର୍ଯ୍ୟକାନ୍ତ ପାତ୍ର ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ l

Exit mobile version