Site icon Awaj Media

ଅଷ୍ଟପ୍ରହରୀ ନାମଯଜ୍ଞ ସହିତ ହରିହାଟ ଭେଟ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ପବିତ୍ର ଶ୍ରୀପଞ୍ଚମୀ ଉପଲକ୍ଷେ ବେଗୁନିଆ ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ପଞ୍ଚାୟତର ଗଡ଼ଗୁଡ଼ୁମ ଗ୍ରାମର ଇଷ୍ଟଦେବ ବାବା ବକ୍ରେଶ୍ୱର ଦେବଙ୍କ ପୀଠରେ ଅଷ୍ଟପ୍ରହରୀ ନାମଯଜ୍ଞ ସହିତ ହରିହର ଭେଟ ଅନୁଷ୍ଠିତ ହୋଇଥିଲା l ଉକ୍ତ ଉତ୍ସବରେ ପାଖାପାଖି ଦଶଟି ପଞ୍ଚାୟତର ଦୁଇ ହଜାରରୁ ଉର୍ଦ୍ଧ ଲୋକ ଯୋଗ ଦେବା ସହିତ ପ୍ରଭୁଙ୍କ ନିକଟରେ ନାମ ସଂକୀର୍ତନ ଏବଂ ଭାଗବତ ପଠନ କରିଥିଲେ l ଉତ୍ସବରେ ଅନେକ ରାଜନେତା ଭାଗନେବାସିତ ବିଭୁ କୃପା ଲାଭ କରିଥିଲେ l ପରିଶେଷରେ ସମସ୍ତ ଭକ୍ତ ପ୍ରଭୁଙ୍କ ନିକଟରେ ପ୍ରସାଦ ସେବନ ସହିତ ପ୍ରଭୁଙ୍କର ଗୁଣକୀର୍ତ୍ତନ କରିଥିଲେ l

Exit mobile version