Site icon Awaj Media

ଆବାସ ଯୋଜନାରୁ ବାଦ ପଡିଲେ ଯୋଗ୍ୟ ହିତାଧିକାରୀ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଗରିବ ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଆବାସ ଯୋଜନା ମାନ କରିଛନ୍ତି । ହେଲେ ପଂଚାୟତ ସ୍ତରରେ ସରପଞ୍ଚ ଓ କୁଚି ନେତାଙ୍କ ମନମାନି ଯୋଗୁ ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନା ରୁ ବାଦ ପଡ଼ୁଛନ୍ତି । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ଅନ୍ତର୍ଗତ ଏଣ୍ଡର ପଂଚାୟତ ନୀଳକଣ୍ଠପୁର ଗ୍ରାମରୁ । ଏହି ଯୋଜନାରେ ଅନେକ ହିତାଧିକାରୀଙ୍କ ନାମ ତାଲିକା ରେ ପ୍ରକାଶ ପାଇଥିବା ବେଳେ ପ୍ରକୃତ ହିତାଧିକାରୀ ମାନେ ଏହି ଯୋଜନାରୁ ବାଦ ପଡିଥିବା ଜଣାପଡିଛି । ଏହାକୁ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସରକାର ଙ୍କ ଆବାସ ଗୃହ ଟିଏ ପାଇବା ଲାଗି ଗ୍ରାମବାସୀ ମାନେ ସରପଞ୍ଚ ଙ୍କୁ ବହୁବାର କହିଛନ୍ତି ,ହେଲେ ହାତଗୁଞ୍ଜା ଦେଇ ନପାରିବାରୁ ସେମାନେ ଆବାସ ଗୃହ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ ଆସିଛି ।ଯୋଜନା ପାଇବା ଆଶାରେ ଆବେଦନକାରୀ ବର୍ଷ ବର୍ଷ ଧରି ଚାତକ ପରି ଅନାଇ ବସିଛନ୍ତି ତଥାପି ଯୋଜନାରେ ସଫଳତା ପାଇବାରୁ ହେଉଛନ୍ତି ବଞ୍ଚିତ ।

Exit mobile version