Site icon Awaj Media

ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ କ୍ୟାନ୍ସର ରୋଗୀଙ୍କୁ ସହାୟତା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଲପୁରସ୍ଥିତ ଅଗ୍ରଣୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ବ୍ଲକ୍ ଅନ୍ତର୍ଗତ ସିଦ୍ଧେଶ୍ୱର ଗ୍ରାମର ଅଭିମନ୍ୟୁ ମିଶ୍ରଙ୍କ ପୁତ୍ର ସିଦ୍ଧାର୍ଥ ଶଙ୍କର ମିଶ୍ରଙ୍କୁ କର୍କଟ ରୋଗର ଚିକିତ୍ସା ନିମନ୍ତେ ପ୍ରାଥମିକ ସ୍ତରରେ ସହାୟତା ଯୋଗାଇ ଦିଆଯାଇଛି । ସିଦ୍ଧାର୍ଥ ଶଙ୍କର ମିଶ୍ରଙ୍କର ଟାଟା ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଫାଉଣ୍ଡେସନ ଦ୍ବାରା ଦୁଃଖୀ ଅସହାୟଙ୍କ ନିମନ୍ତେ ପରିଚାଳିତ କାର୍ଯ୍ୟକ୍ରମ “ମିଶନ ଅମୃତ ହସ୍ତମ୍” ପକ୍ଷରୁ ଦଶ ହଜାର ଟଙ୍କାର ଆର୍ଥିକ ସହାୟତା ସହ ଆନୁସାଙ୍ଗିକ ସହାୟତା ଯୋଗାଇ ଦିଆଯାଇଛି । ଏହି ଆର୍ଥିକ ସହାୟତାକୁ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ପରାମର୍ଶ କ୍ରମେ ଫାଉଣ୍ଡେସନର କୋଷାଧ୍ୟକ୍ଷ ବିଶ୍ୱଜିତ୍ ଦାଶ ତାଙ୍କୁ ପ୍ରଦାନ କରିଥିବା ବେଳେ ବରିଷ୍ଠ ସଦସ୍ୟ କୈଳାସ ଜେନା, ରାଜେନ୍ଦ୍ର କୁମାର ମଲ୍ଲିକ, ଲତିବ ଓଝା, ନାରାୟଣ ଚୌଧୁରୀ ଆଦି ଶ୍ରୀଯୁକ୍ତ ମିଶ୍ରଙ୍କୁ ଆନୁସାଙ୍ଗିକ ସହାୟତା ଯୋଗାଇ ଦେଇଥିବାର ଦେଖିବାକୁ ମିଳିଛି ।

Exit mobile version